୫୦ ହଜାର ଲାଞ୍ଚ ନେଇ ସିବିଆଇ ହାତରେ ଧରା ପଡ଼ିଲେ ଡ଼ାକ୍ତର

Advertisment
୫୦ ହଜାର ଲାଞ୍ଚ ନେଇ ସିବିଆଇ ହାତରେ ଧରା ପଡ଼ିଲେ ଡ଼ାକ୍ତର

Sambad

ଜଗତସିଂହପୁର: ପାରାଦୀପ ବନ୍ଦର ପ୍ରଶାସନ ଅଧୀନରେ ଥିବା ପାରାଦୀପ ସ୍ୱାସ୍ଥ୍ୟ ସଂଗଠନ (ପିଏଚଓ) କାର୍ଯ୍ୟାଳୟରେ ଆଜି ସିବିଆଇ ଚଢ଼ଉ କରିଛି। ଏ ନେଇ ପିଏଚଓ କିମ୍ବା ସିବିଆଇ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ଏମିନେନ୍ସ ସିପିଂଠାରୁ ପଚାଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପାରାଦୀପ ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡ.ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ ସିବିଆଇ ହାତରେ ଧରାପଡ଼ିଥିବା ନେଇ ଜଣାପଡ଼ିଛି। ପାରାଦୀପ ଭୂୟାଁ ଛକରେ ଥିବା ପିଏଚଓ କାର୍ଯ୍ୟାଳୟରେ ଏମିନେନ୍ସ ସିପିଂଠାରୁ ଟଙ୍କା ନେଉଥିବା ବେଳେ ହଠାତ୍ ସିବିଆଇ ଅଧିକାରୀମାନେ ଚଢ଼ଉ କରିଥିବା ଜଣାପଡ଼ିଛି। କୋଭିଡ୍ କଟକଣା ପରଠାରୁ ସମୁଦ୍ରରେ ପାରାଦୀପ ବନ୍ଦରକୁ ଆସୁଥିବା ଜାହାଜ କ୍ରିୟୁ ମେମ୍ବରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲା। ପି,ଚଓ ଅଧିକାରୀଙ୍କ ରିପୋର୍ଟ ଉପରେ ହିଁ ଜାହାଜ ଗୁଡ଼ିକ ବନ୍ଦର ମଧ୍ୟକୁ ପ୍ରବେଶ କରିବ କି ନାହିଁ ସ୍ଥିର କରାଯାଏ।

ଏଣୁ ଏହି ଦାୟିତ୍ବରେ ଥିବା ଡ. ରାଜେନ୍ଦ୍ର ନାରାୟଣ ଅନେକ ସମୟରେ ବିଭିନ୍ନ ସିପିଂ ଏଜେଣ୍ଟଙ୍କଠାରୁ ଜୁଲମ କରି ଟଙ୍କା ନେଉଥିବା ଅଭିଯୋଗ ହୋଇ ଆସୁଥିଲା। ଆଜି ସିବିଆଇର ଅଧିକାରୀମାନେ ସତର୍କତାର ସହିତ ଆସି ତାଙ୍କୁ ପଚାଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଟଙ୍କା ସହ ଧରିଥିବା ଜଣାପଡ଼ିଛି। ଏହାସହ ତାଙ୍କର ବନ୍ଦର ସରକାରୀ ବାସଭବନ ଓ ତାଙ୍କ ବାଲେଶ୍ୱର ସ୍ଥିତ ପୈତୃକ ଘରେ ମଧ୍ୟ ଚଢ଼ଉ ଚାଲିଛି। ଏହି ଚଢ଼ଉରେ ସିବିଆଇକୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ଜଣାପଡ଼ିଛି। ଖବର ଲେଖା ହେବା ସୁଦ୍ଧା ପିଏଚଓ କାର୍ଯ୍ୟାଳୟରେ ସିବିଆଇ ଅଧିକାରୀମାନେ ଉପସ୍ଥିତ ରହି ଯାଞ୍ଚ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe