ଡବ୍ଲୁଓଡିସି ଅଧ୍ୟକ୍ଷଙ୍କ ଟିଟିଲାଗଡ଼ ଗସ୍ତ: ନଜର ରଖିବ ସିସିଟିଭି କ୍ୟାମେରା

Advertisment

ସୁରକ୍ଷିତ ସହର ପ୍ରକଳ୍ପ ଉଦ୍‌ଘାଟିତ

ସୁରକ୍ଷିତ ସହର ପ୍ରକଳ୍ପ ଉଦ୍‌ଘାଟିତ

ଡବ୍ଲୁଓଡିସି ଅଧ୍ୟକ୍ଷଙ୍କ ଟିଟିଲାଗଡ଼ ଗସ୍ତ: ନଜର ରଖିବ ସିସିଟିଭି କ୍ୟାମେରା

ଟିଟିଲାଗଡ଼: ସ୍ଥାନୀୟ ପୁଲିସ ଷ୍ଟେସନ ପରିସରରେ ସୁରକ୍ଷିତ ସହର ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୬୧ ଲକ୍ଷ ୫୦ ହଜାର ଟଙ୍କା ଅନୁଦାନରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ଡବ୍ଲୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀ ମୁଖ୍ୟଅତିଥି, ମନ୍ତ୍ରୀ ଟୁକୁନୀ ସାହୁ ବିଶିଷ୍ଟ ଅତିଥି, ବିଭାଗୀୟ ସିଇଓ ଅଜିତ ମିଶ୍ର, ସଦସ୍ୟ ହଂସରାଜ ଜୈନ, ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ଅତିରିକ୍ତ ଆରକ୍ଷୀ ଅଧିକାରୀ ବିଦ୍ୟୁତ ପଣ୍ଡା, ପୌର ଉପାଧ୍ୟକ୍ଷା ପୁଷ୍ପା ମଞ୍ଜରୀ ଜାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପୌର ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ସଭା ପରିଚାଳନା କରିଥିଲେ। ସହରର ଅପରାଧିକ କାର୍ଯ୍ୟକଳାପରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ସହରର ମୁଖ୍ୟ ପ୍ରବେଶ ପଥ ସହ ସହର ମଧ୍ୟରେ ପ୍ରମୁଖ ସ୍ଥାନ ଗୁଡ଼ିକରେ ସିସିଟିଭି ଲଗା ଯାଇଛି। ମୋଟ ୮୭ଟି ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାମେରା ଲଗାଯାଇ ନୂତନ ଥାନା ପରିସରରେ ଏହାର ପରିଚାଳନା କକ୍ଷ  ସ୍ଥାପନ କରାଯାଇଛି।

ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଟିଟିଲାଗଡ଼ ଏକ ପ୍ରଗତିଶୀଳ ସହର ଓ ସେ ସହର ସହ ଜଡ଼ିତ ଥିବାରୁ ଏହାର ବିକାଶ ପାଇଁ ପ୍ରାଧାନ୍ୟ ଦେଉଥିବା ପ୍ରକାଶ କରିଥିଲେ। ଏଥିସହ ଆଗାମୀ ଦିନରେ କ୍ରୀଡ଼ାବିତଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ଏକ ଷ୍ଟାଡିୟମ୍ ନିର୍ମାଣ ପାଇଁ ୧୦ରୁ ୧୫ ଏକର ଜମି ଚିହ୍ନଟ କରିବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସହରର ପରିଚୟ ପାଲଟିଥିବା ମହାରାଜା ସାଗରର ସୌନ୍ଦର୍ଯ୍ୟୀକରଣ ଲାଇଟ୍‌ ବ୍ୟବସ୍ଥା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଅନୁଦାନ ଯୋଗାଇଦେବାକୁ ମନ୍ତ୍ରୀ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ଏସ୍‌ଡିଆଇପିଆର୍‌ଓ ରାଜେନ୍ଦ୍ର ମାଝୀ, ଏଡିପିଓ ଅଙ୍କିତା କୁମ୍ଭାର, ଥାନାଧିକାରୀ ମନୋଜ ପ୍ରଧାନ ପ୍ରମୁଖଙ୍କ ସହ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ପରେ ଶ୍ରୀ ତ୍ରିପାଠୀ ଡିଏଭି କଲେଜ ନିକଟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ଅନୁଦାନରେ ନିର୍ମାଣ ହେଉଥିବା ଟାଉନ ହଲ ପରିଦର୍ଶନରେ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe