ଗଞ୍ଜାମର ସମସ୍ତ ପ୍ରବେଶ ପଥରେ ଲାଗିବ ସିସି କ୍ୟାମେରା, ମୁତୟନ ରହିବେ ମାଜିଷ୍ଟ୍ରେଟ

Advertisment
ଅଟୋ ଚାଳକଙ୍କୁ ଲୁଟ୍‌ ମାମଲା: ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ପୁଲିସ, ସନ୍ଦେହରେ ସ୍ଥାନୀୟ ଦୁର୍ବୃତ୍ତ

Latestly

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ସିସି କ୍ୟାମେରା ଲାଗିବ । ଜିଲ୍ଲାର ପ୍ରବେଶ ପଥଗୁଡ଼ିକରେ ମାଜିଷ୍ଟ୍ରେଟ ମୁତୟନ ରହିବେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି ।  ସମସ୍ତ ଯାନବାହାନ ଯାଞ୍ଚ କରାଯିବ। ମାଲବାହୀ ଗାଡିର ଡ୍ରାଇଭର ଓ ହେଲପର ପରିଚୟ ପତ୍ର ଦେଖାଇଲେ ଜିଲ୍ଲା ଭିତରକୁ ପ୍ରବେଶ କରିବେ।  ମାଲବାହୀ ଗାଡିରେ ଯାତ୍ରୀ ପରିବହନ କରିଥିଲେ ଡ୍ରାଇଭରକୁ ଗିରଫ କରାଯିବ ଓ ଗାଡିକୁ ଜବତ କରାଯିବ । କୌଣସି କର୍ମଚାରୀ ମୁଖ୍ୟଳୟ ଛାଡି ପାରିବେ ନାହିଁ । ଆବଶ୍ୟାକ ବେଳେ କର୍ମଚାରୀ କାମ ନ କଲେ ତାକୁ ମହାମାରୀ କାନୁନ ରେ ଗିରଫ କରାଯିବ ।

କୌଣସି ବାହାର ଲୋକ ଜିଲ୍ଲାରେ ମାସ୍କ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କଲେ ତାଙ୍କୁ ଏଥିରୁ ନିବୃତ କରାଯିବ ।ସବୁ ଦୋକାନୀମାନେ ମାସ୍କ ନାହିଁତ ସଉଦା ନାହିଁ ଫଳକ ଲଗାଇଵେ । ଆଜି ଜିଲ୍ଲାରେ ମାସ୍କ ନ ଲଗେଇ ଥିବା ଲୋକଙ୍କ ଠାରୁ ୧ ଲକ୍ଷ ୧୭ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।ମାସ୍କ ନ ଲଗେଇ ଥିବା ଲୋକଙ୍କ ଠାରୁ୨ ଶହ ରୁ ଅଧିକ ଜୋରିମାନା କରାଯାଇ ପାରିବ ନାହିଁ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡ଼ିଆରଡିଏ ପିଡି ଇ. ଶ୍ରୀଦ୍ଧଥ ଶଙ୍କର ସ୍ୱାଇଁ, ଏଡିଏମ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପ ଜିଲ୍ଲାପାଳ ସିଂଦେ ଦତ୍ତତ୍ରୟ ଭାଉ ସାହେବ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe