କରୋନା କାର୍ଯ୍ୟରେ ଅସହଯୋଗ: ବଦଳିଲେ ଯାଜପୁର ମୁଖ୍ୟ ଚିକିତ୍ସାଧିକାରୀ

କରୋନା କାର୍ଯ୍ୟରେ ଅସହଯୋଗ: ବଦଳିଲେ ଯାଜପୁର ମୁଖ୍ୟ ଚିକିତ୍ସାଧିକାରୀ

ଯାଜପୁର: ମହାମାରୀ କ‌ରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଜାରି ରଖିଛନ୍ତି। କିନ୍ତୁ ଏହିପରି ଏକ‌ ଗୁରୁତ୍ବପୂର୍ଣ୍ଣ ସମୟରେ ଯାଜପୁର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ରାଜ୍ୟ ସରକାର ବଦଳି କରିଥିବା  ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ପଡୋଶୀ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାର ହଜାର ହାଜର ରୋଗୀ ନିର୍ଭର କରିଥାନ୍ତି।

ଓଡିଶାରେ କରୋନା ମୁକାବିଲା ପାଇଁ ପ୍ରତ୍ୟେକ ଜିଲ୍ଲାକୁ ସତର୍କ କରିବା ସହ ବିଦେଶ ଓ ଅନ୍ୟ ରାଜ୍ୟକୁ ଆସୁଥିବା ଲୋକଙ୍କ ସୂଚନା ସଂଗ୍ରହ କରାଯିବା ସହ କରୋନା ସେଲ ଏବଂ ଅସ୍ଥାୟୀ ଆଇସୋଲେସନ୍ବ୍ୟ ବସ୍ଥା କରାଯାଉଛି। କିନ୍ତୁ ଯାଜପୁର ସିଡିଏମ୍ଓ ଏହି କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ନଦେଇ ଖାମ ଖିଆଲି ମନୋଭାବ ପୋଷଣ କରି ଆସୁଥିଲେ।

ଗତକାଲି ଯାଜପୁର ଜିଲ୍ଲାପାଳ ଶ୍ରୀ ଦାସ ମୁଖ୍ୟଚିକିତ୍ସାଳୟ ଗସ୍ତରେ ଯାଇ ବିଭିନ୍ନ କରୋନା ସଂପର୍କିତ ପ୍ରସ୍ତୁତିର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ସିଡିଏମଓ ଅରୁଣ କୁମାର ପାତ୍ର ଅନୁପସ୍ଥିତ ଥିଲେ। ତେବେ ତାଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟ ସରକାର ତାଙ୍କୁ ଭୁବନେଶ୍ବର ବଦଳି କରାଯାଇଥିବା ଜଣାଯାଇଛି। ତାଙ୍କ ସ୍ଥାନରେ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ସୁଧାଂଶୁ ଶେଖର ବଳଙ୍କୁ ସିଡିଏମଓ ଭାବେ ନିଯୁକ୍ତି ମିଳିଛି। ଯାହାକି ଜିଲ୍ଲାପାଳ ଶ୍ରୀ ଦାସ ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି। ତେବେ ଏନେଇ ପୂର୍ବତନ ସିଡିଏମଓ ଶ୍ରୀ ପାତ୍ରଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe