କରୋନାରେ ଶୁଳିଆପଦା ସିଡିପିଓ’ଙ୍କ ମୃତ୍ୟୁ

Advertisment
କରୋନାରେ ଶୁଳିଆପଦା ସିଡିପିଓ’ଙ୍କ ମୃତ୍ୟୁ

Sambad

ବାରିପଦା/ଶୁଳିଆପଦା: କରୋନା ମହାମାରୀର ୨ୟ ଲହର ସାରା ଦେଶ ତଥା ରାଜ୍ୟରେ ଘାତକ ପ୍ରମାଣିତ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଦିନକୁ ଦିନ ଉଗ୍ର ହେଉଛି ମହାମାରୀ କରୋନା ସଂକ୍ରମଣ। ଏହି ଅବସରରେ ପୁଣି ଆସିଛି ଦୁଃଖଦ ଖବର। ଶୁଳିଆପଦା ବ୍ଲକରେ କାର୍ଯ୍ୟରତ ସିଡିପିଓ ବାସନ୍ତି ବାସ୍କେଙ୍କର କୋଭିଡ ସଂକ୍ରମଣରୁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶଯେ ଚଳିତ ମାସ ୧୧ ତାରିଖ ସଂଧ୍ୟାରେ ଅସୁସ୍ଥ ବାସନ୍ତିଙ୍କୁ ବାରିପଦା ପିଆରଏମ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରଦିନ ତାଙ୍କର କୋଭିଡ ରିପୋର୍ଟ ପରୀକ୍ଷା କରାଯାଇଥିଲା।

ମାତ୍ର ରିପୋର୍ଟ ଆସିବା ପୂର୍ବରୁ ‌ଉକ୍ତ ରାତିରେ ବାସନ୍ତୀଙ୍କର ମୃତ୍ୟୁ ଘଟିଥିଲା। ମୃତଶରୀରକୁ ତାଙ୍କର ସମ୍ପର୍କୀୟ ମାନେ ପୈତୃକ ଗ୍ରାମ ଝାରପୋଖୋରୀଆ ନିକଟସ୍ଥ ଜଟିଆଡିହି ଗ୍ରାମକୁ ନେଇ ଯାଇଥିଲେ। ତେବେ ଦାହ ସଂସ୍କାର ପୂର୍ବରୁ ତାଙ୍କର କୋଭିଡ ରିପୋର୍ଟ ପଜିଟିଭ‌୍ ଆସିବାରୁ ଶିର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ କର୍ମଚାରୀ ଯାଇ କୋଭିଡ ପ୍ରୋଟୋକଲ ହିସାବରେ ଶବ ସଂସ୍କାର କରାଯାଇଥିଲା। ପରେ ବାରିପଦାରୁ ହସପିଟାଲ କର୍ମଚାରୀ ତାଙ୍କ ଘରକୁ ଯାଇ କୋଭିଡ ପଜିଟିଭ ରିପର୍ଟ ପ୍ରଦାନ କରିଥିବାର ଜଣା ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe