ସୁପରଭାଇଜରଙ୍କୁ ମାଡ଼ ମାରିଲେ ସିଡିପିଓ

ସୁପରଭାଇଜରଙ୍କୁ ମାଡ଼ ମାରିଲେ ସିଡିପିଓ

ଚଣ୍ଡିଖୋଲ: ବଡ଼ଚଣା ସିଡିପିଓ ଭଗବତୀ ଗୁରୁ ଆଜି ତାଙ୍କ କାର୍ଯ୍ୟାଳୟରେ ଜଣେ ସୁପରଭାଇଜର ସୁବାସିନୀ ଦାସଙ୍କୁ ଗାଳିଗୁଳଜ କରି ଚୁଟି ଘୋଷାରି ମାଡ଼ ମାରିଛନ୍ତି। ଏନେଇ ସେ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ସିଡିପିଓ କାର୍ଯ୍ୟାଳୟ ପରିସରରେ ସହାୟିକାମାନଙ୍କର ସାକ୍ଷାତ୍‌କାର କାର୍ଯ୍ୟକ୍ରମ ଥିଲା। ଏହାପରେ ଦିନ ୩ ଟାରେ ସୁପରଭାଇଜର ସୁବାସିନୀ କାର୍ଯ୍ୟାଳୟ ପରିସରରେ ଜଣଙ୍କ ସହିତ କଥା ହେଉଥିଲେ। ଏଥିରେ ସିଡିପିଓ ଉତ୍‌କ୍ଷିପ୍ତ ହୋଇ ଏହି ସମୟରେ ତୁମେ ଏଠି କ’ଣ କରୁଛ ବୋଲି କହି ତାଙ୍କୁ ଧମକଚମକ ଦେବା ସହିତ ଅଶ୍ରାବ୍ୟ ଭାଷାରେ ଗାଳି କରିଥିଲେ। ଏହାର ପ୍ରତିବାଦ କରିବାରୁ ତାଙ୍କ ଚୁଟି ଧରି ଘୋଷାରି ବିଧାଗୋଇଠା ମାରିଥିଲେ। ସୁପରଭାଇଜରଙ୍କ ଅଭିଯୋଗକୁ ଭିତ୍ତିକରି ୩୨୦/୨୩ରେ ଏକ ମାମଲା ରୁଜୁ କରାଯାଇଛି। ଆଇସିଡିଏସ୍‌ କାର୍ଯ୍ୟାଳୟକୁ ଦୁଇଜଣ ପୁଲିସ ତଦନ୍ତ ପାଇଁ ଯାଇଥିଲେ ବି ସିଡିପିଓଙ୍କୁ ପାଇନଥିଲେ। ଆସନ୍ତାକାଲି ପୁଣି ତଦନ୍ତ କରାଯିବ ବୋଲି ବଡ଼ଚଣା ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe