ଲାଞ୍ଚ ନେବା ମାମଲାରେ ଜେଲ ଗଲେ ଗଜପତି ଜିଲ୍ଲା ପୂର୍ବତନ ସିଡିଭିଓ

Advertisment
୧୩ ବର୍ଷ ତଳର ଦାଦାବଟି ଆଦାୟ ମାମଲା: ମନ୍ତ୍ରୀ ନୀଶିଥ ପ୍ରମାଣିକଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି

Image Courtesy of Navabharat Times

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପୂର୍ବତନ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଡ଼ଃ. ଜଳନ୍ଧର ମଲ୍ଲିକଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଅଦାଲତ ଦୁଇଟି କେସରେ ଚାରିବର୍ଷ କାରାଦଣ୍ଡ ସହ ୧୦ହଜାର ଟଙ୍କାର ଜରିମାନା ଘୋଷଣା କରିଛନ୍ତି। ୨୦୨୧ମସିହାରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପଶୁ ଚିକିତ୍ସା କେନ୍ଦ୍ରରେ ସିଡିଭିଓ ଭାବେ ଦାୟିତ୍ବ ତୁଲାଉଥିବା ବେଳେ ଜଣେ କର୍ମଚାରୀଙ୍କ ଠାରୁ ବଦଳୀ କରିବା ଉଦ୍ଦେଶ୍ୟରେ ୧୦ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ ଡ଼ଃ. ଜଳନ୍ଦର ମଲ୍ଲିକ। ଭିଜିଲାନ୍ସ କେସ ନମ୍ବର ୩୦/୩୦/୦୬/୨୦୨୧ ରେ ଦୁର୍ନୀତି ବିରୋଧୀ ସେକ୍ସନ ଗୁଡିକରେ ଗିରଫ ହୋଇଥିବା ଏହି ବରିଷ୍ଠ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ମାନ୍ୟବର ସ୍ୱତନ୍ତ୍ର ଜଜ ଭିଜିଲାନ୍ସ, ବ୍ରହ୍ମପୁର ରାୟ ପ୍ରକାଶ କରିଛନ୍ତି। ପୂର୍ବତନ ଭିଜିଲାନ୍ସ ଇନିସ୍ପେକ୍ଟର ରବିକାନ୍ତ ସୁନା ଏହି କେଶର ତଦନ୍ତ କରିଥିବା ବେଳେ ଭିଜିଲାନ୍ସ ପିପି ସୁରେନ୍ଦ୍ର ପଣ୍ଡା ଏବଂ ଏବଂ ସହକାରୀ ସ୍ଵତନ୍ତ୍ର ପିପି ପି.କେ ଦୋରା ସରକାରଙ୍କ ତରଫରୁ ଏହି କେସର ପରିଚାଳନା କରିଥିଲେ। ଦୁର୍ନୀତି ଗ୍ରସ୍ଥ ଅଧିକାରୀ ଧରାପଡିବାର ମାତ୍ର ଏକ ବର୍ଷ ମଧ୍ୟରେ ଅଦାଲତର ଫଇସଲା ହୋଇଥିବା ଯୋଗୁଁ ଜନସାଧାରଣ ଏହାକୁ ସ୍ବାଗତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe