ନୂଆସାହି ବାପଟିଷ୍ଟ ମଣ୍ଡଳୀରେ ବିଶ୍ୱ ସିଇ ଦିବସ ପାଳିତ

ନୂଆସାହି ବାପଟିଷ୍ଟ ମଣ୍ଡଳୀରେ ବିଶ୍ୱ ସିଇ ଦିବସ ପାଳିତ
ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବାପଟିଷ୍ଟ ମଣ୍ଡଳୀରେ ଖ୍ରୀଷ୍ଟୀୟ ଉଦଯୋଗ ସମିତି ପକ୍ଷରୁ ୧୪୩ତମ ବିଶ୍ୱ ସିଇ ଦିବସ ପାଳନ କରାଯାଇଛି। କନ୍ଧମାଳ ଜିଲ୍ଲାରେ ୧୦ ଗୋଟି ଅଞ୍ଚଳ ମଧ୍ୟରେ ୧୫୭ଟି ସମିତି ରହିଛି। ସେଥି ମଧ୍ୟରୁ ନୂଆସାହି ମଣ୍ଡଳୀରେ ଏହି ଦିବସ ପାଳିତ ହୋଇଛି। ସମାଜରେ ଯୁବ ଗୋଷ୍ଠୀ ଯେପରି ଶିକ୍ଷା ବ୍ୟବସ୍ଥାରେ, ସାମାଜିକ ନ୍ୟାୟ ଓ ସେବାକାର୍ଯ୍ୟ କରିବାକୁ ଆହ୍ବାନ କ୍ରମେ ୧୮୮୧ ଫେବ୍ରୁଆରି ୨ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର  ଡ଼ଃ ଫ୍ରାନ୍ସସିସ ଏଡ଼ୱାର୍ଡ କ୍ଲାର୍କ ପ୍ରାରମ୍ଭ କରିଥିଲେ ଓ ସର୍ବ ଭାରତ ଖ୍ରୀଷ୍ଟୀୟ ଉଦଯୋଗ ସମିଳନୀ ୧୮୮୩ ମସିହାରେ ପ୍ରଥମ କରି କୋଲକାତା ଠାରେ ସ୍ଥାପନ ହୋଇଥିଲା ଏବଂ ୧୮୯୬ ମସିହାରେ କଟକ ଠାରେ ସ୍ଥାପନ ହୋଇଥିଲା ଯାହା ଆଜି ସାରା ବିଶ୍ୱ ମଣ୍ଡଳୀରେ ଏହା ପ୍ରଭାବିତ କରିପାରିଛି ।
ଏହି ଅବସରରେ  ସ୍ଥାନୀୟ ନୂଆସାହି ମଣ୍ଡଳୀର ପ୍ରାଙ୍ଗଣରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ଓ ଏଥିରେ ରାଜ୍ୟ ସିଇ ୟୁନିଅନ ଉପସଭାପତି ସାଗର ଦାସ (ଖୋର୍ଦ୍ଧା) ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହିଥିଲେ। ପରେ ଚର୍ଚ୍ଚ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଧର୍ମଶାସ୍ତ୍ର ବାଇବଲ ଠାରୁ ବାକ୍ୟ ଦ୍ବାରା ଉତ୍ସାହ ପ୍ରଦାନ କରିଥିଲେ ଓ ମଣ୍ଡଳୀ ମଧ୍ୟରେ ଏହି ସ୍ଵତନ୍ତ୍ର ଦିବସ ପାଳନ କରିବା ଉଦ୍ଧେଶ୍ୟରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଖ୍ରୀଷ୍ଟୀୟ ଉଦଯୋଗି ସମିତି ପକ୍ଷରୁ ଭଉଣୀ ପ୍ରତିଭା ରାଣୀ ନାୟକ ମଣ୍ଡଳୀ ମଧ୍ୟରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ସ୍ଥାନୀୟ ସିଇ ୟୁନିଅନ ସମ୍ପାଦକ ଚେତନ କୁମାର୍ ନାୟକ ଶୁଭେଛା ବାର୍ତ୍ତା ପ୍ରଦାନ କରିଥିଲେ ଓ ସ୍ଥାନୀୟ ପାଳକ ପ୍ରଦୀପ କୁମାର ନାୟକଙ୍କ ଦ୍ବାରା ମୁଖ୍ୟ ଅତିଥିଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ ଓ ପରେ ମଣ୍ଡଳୀର ସମ୍ପାଦକ ପ୍ରମୋଦ ରଞ୍ଜନ ନାୟକ ମଧ୍ୟ ଶୁଭେଛା ବାର୍ତ୍ତା ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ମୁଖ୍ୟ ଅତିଥି ଈଶ୍ବରଙ୍କ ବକ୍ୟରୁ (ମାଥିଉ ୮:୩୬) ‘ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ?’ ବିଷୟରେ ସଂକ୍ଷିପ୍ତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସିଇ ୟୁନିଅନର କର୍ମକର୍ତ୍ତା ସମେତ ସିଇ ୟୁନିଅନ୍ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଦାସ, ଆଲବିନ ନାୟକ, ଅଭିଷେକ ନାୟକ, ଅଭିଜିତ ନାୟକ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe