ଭଦ୍ରକରେ ଅମ୍ଫାନ କ୍ଷୟକ୍ଷତିର ଆକଳନ ନେଇ ଭଦ୍ରକ ଆସିବେ କେନ୍ଦ୍ରୀୟ ଟିମ୍

‘ଅମ୍ଫାନ’ରେ ୨୦ ହଜାର ଗଛ ଧରାଶାୟୀ, ୧.୨୫ କୋଟି ଟଙ୍କାର କ୍ଷତି ହୋଇଥିବା ପ୍ରାରମ୍ଭିକ ଆକଳନ

Voice of America

ଭଦ୍ରକ: ଅମ୍ଫାନ କ୍ଷୟକ୍ଷତିର ଆକଳନ କରିବାକୁ ଆସନ୍ତାକାଲି ଭଦ୍ରକ ଆସିବେ କେନ୍ଦ୍ରୀୟ ଟିମ୍ । ଆଜି ଏଇ ଟିମ୍ ବାଲେଶ୍ବର ଜିଲ୍ଲା ଗ୍ରସ୍ତକରିଥିବା ବେଳେ ଆସନ୍ତାକାଲି ସକାଳେ ଭଦ୍ରକ ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳ ଧାମରା, ବାସୁଦେବପୁର, ଚାନ୍ଦବାଲି, ତିହିଡି ବ୍ଲକର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରୀୟ ଟିମ୍ ଭଦ୍ରକ ଆସିବା ପୂର୍ବରୁ ଗତକାଲିଠାର ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ ଚାନ୍ଦବାଲି ବ୍ଲକର ଧାମରା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିବା ବେଳେ ବାସୁଦେବପୁର ବ୍ଲକର ମଧ୍ୟ କିଛି ପଞ୍ଚାୟତକୁ ଯାଇ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଛନ୍ତି। ବାତ୍ୟା କ୍ଷୟକ୍ଷତି ଅଞ୍ଚଳ କେନ୍ଦ୍ରୀୟ ଟିମ୍ ବୁଲିବା ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବ୍ଲକର ବିଡିଓ ଓ ତହସିଲଦାରମାନଙ୍କୁ କ୍ଷୟକ୍ଷତିର ସଠିକ୍ ଆକଳନ ରିପୋର୍ଟ ପ୍ରସ୍ତୁତ ଉପରେ ଗୁରୁତ୍ବ ଦେଇଛନ୍ତି। ଏନେଇ ପ୍ରଶାସନିକସ୍ତରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe