ଜେକେ ପେପର ମିଲର ସିଇଓ ସମ୍ମାନିତ

Advertisment
ଜେକେ ପେପର ମିଲର ସିଇଓ ସମ୍ମାନିତ

Sambad

ରାୟଗଡା: ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ୧୨ତମ ସ୍ବନକ୍ଷତ୍ର ଦିବସ ଭୁବନେଶ୍ବରସ୍ଥିତ ଏକ ଘରୋଇ ହୋଟେଲଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ୨୦ ଜଣ ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇ ପୁରସ୍କାର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜେକେ କାଗଜ କଳର କାର୍ଯ୍ୟନିର୍ବାହୀ ଉପସଭାପତି (କାର୍ମିକ) ବିନୟ ଦ୍ଵିବେଦୀଙ୍କୁ ତାଙ୍କର ପ୍ରେରଣାଦାୟୀ ପଦକ୍ଷେପ ଯୋଗୁଁ ବେଷ୍ଟ ସିଇଓ ଭାବେ ସମ୍ମାନିତ କରାଯାଇଛି।  ଡେଭେଲପମେଣ୍ଟ କମିସନର ତଥା ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ଦ୍ଵିବେଦୀଙ୍କୁ ପୁରସ୍କୃତ କରିଥିଲେ।

ପ୍ରକାଶ ଥାଉ କି, ଜେକେ କାଗଜ କଳର କାର୍ଯ୍ୟନିର୍ବାହୀ ଉପସଭାପତି (କାର୍ମିକ) ବିନୟ ଦ୍ଵିବେଦୀ ଜଣେ ଦକ୍ଷ ପରିଚାଳକ ଭାବରେ ଜଣାଶୁଣା । କର୍ମଚାରୀ ସୁରକ୍ଷା ଓ ମଙ୍ଗଳ ଭିତ୍ତିକ କାର୍ଯ୍ୟକ୍ରମକୁ ପ୍ରଧାନ୍ୟ ଦେଇ ଅତ୍ୟନ୍ତ ପ୍ରଶଂସନୀୟ ହୋଇ ପାରିଛନ୍ତି। କାରଖାନାର ଉନ୍ନତି ସଙ୍ଗେ ସଙ୍ଗେ ପାରିପାର୍ଶ୍ବିକ ଅଞ୍ଚଳର ଶିକ୍ଷା, ସ୍ଵାସ୍ଥ୍ୟ ଓ ଭିତ୍ତିଭୂମିର ଉନ୍ନତି ନିମନ୍ତେ ସଦା ତତ୍ପର ରହି ଆସୁଛନ୍ତି। ଏହି କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ପଦ୍ମଶ୍ରୀ ସୁଦର୍ଶନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe