ପତିତପାବନ ବୈଦ୍ୟ ହେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

ପତିତପାବନ ବୈଦ୍ୟ ହେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

Sambad

ମାଲକାନଗିରି: ଆଜି ଥିଲା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ। ବିଜେଡି ଜିଲ୍ଲାର ୧୫ଟି ଜୋନ ମଧ୍ୟରେ ୧୨ଟି ଜୋନରେ ବିଜୟୀ ହୋଇ ଏକତରଫା ଜିଲ୍ଲା ପରିଷଦ ଆସନକୁ କାବୁ କରିଛି। ତେବେ ମାଲକାନଗିରି ଜିଲ୍ଲାର କାଲିମେଳା ଜୋନ-୩ର ଜିଲ୍ଲା ପରିଷଦ ସଭ୍ୟ ପତିତପାବନ ବୈଦ୍ୟ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ଆଜି ନିର୍ବାଚିତ ହୋଇଛନ୍ତି। ବିଜେଡିର ହାଇକମାଣ୍ଡ ପତିତପାବନଙ୍କ ନାମକୁ ଚୟନ କରିଥିବା ଜଣାପଡିଛି। ଆଜି ବିଜେଡିର ବରିଷ୍ଠ ସାଧାରଣ ସଂପାଦକ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ମାନସ ମାଡକାମୀ, ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ସମେତ ଶତାଧିକ ବିଜେଡି କର୍ମୀ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ।

ପ୍ରକାଶ ଥାଉକି ପତିତପାବନ ବୈଦ୍ୟ କାଲିମେଳା ଜୋନ-୩ରେ ମୋଟରେ ୧୨୬୯୬ଟି ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ବିଜେପିର ପ୍ରହ୍ଲାଦ ବାସୁ ୧୦, ୭୭୦ଟି ଭୋଟ ପାଇଥିଲେ। ତେବେ ବୈଦ୍ୟ ୨୦୬୬ଟି ଭୋଟରେ ବିଜୟୀ ହୋଇଥିଲେ। ନିର୍ବାଚନ ପୂର୍ବରୁ ତାଂକ ନାମ ଆଲୋଚନା ପରିସରକୁ ଆସିଥିଲା। ସେହି ହିଁ ଉପାଧ୍ୟକ୍ଷ ହେବେ ବୋଲି ଜୋରସୋରରେ ଚର୍ଚ୍ଚା ଚାଲିଥିଲା। ତେବେ ପୂର୍ବରୁ ଅଧ୍ୟକ୍ଷ ପଦ ନିର୍ବାଚନରେ ସ୍ବାଭିମାନ ଅଞ୍ଚଳର ସମାରୀ ଟାଙ୍ଗୁଲଙ୍କୁ ବିଜେଡି ଅଧ୍ୟକ୍ଷ ରୂପେ ଚୟନ କରିସାରିଛି। ଆସନ୍ତା ୫ ବର୍ଷ ବିଜେଡି ଜିଲ୍ଲା ପରିଷଦ ସମ୍ଭାଳିବ। କଂଗ୍ରେସ ତିନୋଟିରେ ବିଜୟୀ ହୋଇଥିବା ବେଳେ ବିଜେପି ଗୋଟିଏ ବି ଆସନରେ ବିଜୟୀ ହୋଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe