ରାତିରେ ମାସ୍କ ଚେକିଂ ବେଳେ ତାତିଲେ ଲୋକେ, ଟାୟାର ଜାଳି ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ

ରାତିରେ ମାସ୍କ ଚେକିଂ ବେଳେ ତାତିଲେ ଲୋକେ, ଟାୟାର ଜାଳି ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ

Sambad

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଆଜି ରାତିରେ ମାସ୍କ ଚେକିଁ କରୁଥିଲେ। ଏହି ଯାଞ୍ଚ ବେଳେ ପୁଲିସର ମାତ୍ରାଧିକ କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକମାନେ ଅତିଷ୍ଠ ହୋଇ ପଡ଼ିଥିଲେ। ମୁହଁରେ ମାଷ୍କ ନାହିଁ କହି ଜବରଦସ୍ତ୍ ଫାଇନ ଆଦାୟ କରୁଥିବା ବେଳେ ଲୋକଙ୍କ ମଟର ସାଇକେଲ ଅଟକାଇ ଦେଉଥିଲେ। ପୁଲିସର ଏଇ ଦମନ ଲୀଳାକୁ ସହ୍ୟ ନକରି ଲୋକେ ପ୍ରତିବାଦ କରିଥିଲେ। ଲୋକଙ୍କ କହିବା କଥା ଦିନରେ ସହର ସାରା ସହନ ମେଳା। ରାତିରେ ଏଭଳି କଡାକଡ଼ି ଯାଞ୍ଚ କାହିଁକି। ଏହା ପୁଲିସର ସାଧାରଣ ଲୋକଙ୍କ ଠାରୁ ଜବରଦସ୍ତ ଚାନ୍ଦା ଆଦାୟ ଭଳି ହେଉଛି ବୋଲି ଲୋକେ ଅଭିଯୋଗ ଉଠାଇଥିଲେ। ଉତ୍ତ୍ୟକ୍ତ ଲୋକ ଭଦ୍ରକ ଗ୍ରାମାଞ୍ଚଳ ଥାନା ନିକଟବର୍ତ୍ତି ହଳଦୀ ଡିହ ବାଇପାସ୍ ଛକର ଚାନ୍ଦବାଲି ଭଦ୍ରକ ମୁଖ୍ୟରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ କରିବା ସହ ରାସ୍ତା ଅବରୋଧ କରିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଅଧିକ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି।

ଭଦ୍ରକ ସହରରେ ପୁଲିସ ଏବେ ଟ୍ରାଫିକ ନିୟନ୍ତ୍ରଣ କରି ପାରୁ ନଥିବା ବେଳେ ସହର ସାରା ଦିନ ବେଳା ଲୋକାରଣ୍ୟ ହେଉଛି। ଭଦ୍ରକ ସହର କରୋନା ବ୍ୟାପିବାର ପେଣ୍ଠସ୍ଥଳ ପାଲଟି ଥିବାବେଳେ ଏ ଦିଗ ପ୍ରତି ପୁଲିସ ନଜର ନଦେଇ ସଚେତନ ନକରି ସାଧାରଣ ଲୋକଙ୍କ ଉପରେ ହେଲମେଟ୍‌ ଓ ମାସ୍କ ଯାଞ୍ଚ ଆଳରେ ଟଙ୍କା ଲୁଟି ନେଉଛନ୍ତି। ପୁଲିସ ଏଭଳି ଦମନ ଲୀଳାକୁ ନେଇ ସାଧାରଣ ଲୋକେ ଆତଙ୍କିତ ହୋଇ ପଡ଼ିଥିବା ବେଳେ ଆଜି ଏହାର ପ୍ରତିବାଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe