ତିନି ବର୍ଷିଆ ବଦଳି ନିୟମକୁ ଫୁ’, ସରକାରୀ ବାବୁଙ୍କ ଚାନ୍ଦବାଲି ମୋହ

Advertisment
ତିନି ବର୍ଷିଆ ବଦଳି ନିୟମକୁ ଫୁ’, ସରକାରୀ ବାବୁଙ୍କ ଚାନ୍ଦବାଲି ମୋହ

Can Stock Photo

ଚାନ୍ଦବାଲି: ସରକାର ପ୍ରଶାସନିକ କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ତିନି ବର୍ଷିଆ ବଦଳି ନିୟମ ଲାଗୁ କରିଛନ୍ତି। କୌଣସି ସରକାରୀ ଅଧିକାରୀ ଓ କର୍ମଚାରୀ ଗୋଟିଏ ଜାଗାରେ ତିନି ବର୍ଷରୁ ଉର୍ଦ୍ଧ୍ବ ରହିବାର ନିୟମ ନାହିଁ। ଚାନ୍ଦବାଲି ବ୍ଲକରେ ୩ ବର୍ଷିଆ ବଦଳି ଲାଗୁ ହେଉନି। ବ୍ଲକରେ ବିଭିନ୍ନ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ହେବ କେତେକ ସରକାରୀ ଅଧିକାରୀ ରହିଛନ୍ତି। ଫଳରେ ବ୍ଲକରେ ବିଭିନ୍ନ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ରହୁନଥିବା ଅଭିଯୋଗ ହେଉଛି। ଚାନ୍ଦବାଲି ବ୍ଲକ, ତହସିଲ, ଜଳସେଚନ ବିଭାଗ, ଥାନା, ମେଡ଼ିକାଲ ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀ ଦୀର୍ଘ ବର୍ଷ ହେବ ଗୋଟିଏ ସ୍ଥାନରେ କାର୍ଯ୍ୟ କରୁଛନ୍ତି। ଦୀର୍ଘ ଦିନ ଧରି ଗୋଟିଏ ସ୍ଥାନରେ ରହିବା ଫଳରେ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ଅଧିକାରୀମାନେ ମନମାନୀ କରୁଛନ୍ତି। ବ୍ଲକରେ କିଛି କର୍ମଚାରୀ ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଆସୁଛି। ଅନେକ କର୍ମଚାରୀ ଉକ୍ତ ବ୍ଲକରେ ଚାକିରି କାଳ ଆରମ୍ଭରୁ କାର୍ଯ୍ୟ କରୁଛନ୍ତି। ଫଳରେ ବ୍ଲକରେ ଦୁର୍ନୀତି ବଢିଚାଲିଛି। ଅନେକ ସାଧାରଣ ଲୋ‌େକ ବିଭିନ୍ନ ସମୟରେ ଶୋଷଣର ଶିକାର ହେଉଛନ୍ତି।

ସୂଚନା ଅନୁସାରେ ୨୦୧୯ ମସିହା ଅକ୍ଟୋବର ମାସରେ ଚାନ୍ଦବାଲି ତହସିଲଦାର ଭାବେ ସୁଶାନ୍ତ କୁମାର ସୂତାର ଯୋଗ ଦେଇଥିବା ବେଳେ ବିଡ଼ିଓ ଜ୍ୟୋତିବିକାଶ ଦାସ ୨୦୨୦ ମସିହା ଜୁନ୍ ମାସରେ ଯୋଗ ଦେଇଥିଲେ। ସେହିପରି ଅତିରିକ୍ତ ତହସିଲଦାର ଦୀପ୍ତିରଞ୍ଜନ ଜେନାଙ୍କର ଉକ୍ତ ଜିଲ୍ଲାରେ ତିନି ବର୍ଷରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଚାନ୍ଦବାଲି ଥାନାରେ ଏସ୍ଆଇ ଓ ଏଏସ୍ଆଇଙ୍କର ତିନି ବର୍ଷରୁ ଊର୍ଦ୍ଧ୍ବ ହେବ ଥାନାରେ ରହିଛନ୍ତି। ଚାନ୍ଦବାଲି ମେଡ଼ିକାଲରେ ମଧ୍ୟ ସମାନ ଅବସ୍ଥା। ଡ଼ାକ୍ତର ପ୍ରଦ୍ୟୁମ୍ନ କୁମାର ସାହୁ ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ୍ବ ହେବ ଗୋଟିଏ ସ୍ଥାନରେ କାର୍ଯ୍ୟରତ। ଦୁର୍ନୀତିଗ୍ରସ୍ତ କିଛି କର୍ମଚାରୀଙ୍କୁ ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର କହିଛନ୍ତି ଆମେ ତାଲିକା ପ୍ରସ୍ତୁତ କରିଛୁ, ଖୁବ୍‌ଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe