୨ ଚୋରକୁ ଗିରଫ କଲା ଚାନ୍ଦିଲି ପୁଲିସ

Advertisment
୨ ଚୋରକୁ ଗିରଫ କଲା ଚାନ୍ଦିଲି ପୁଲିସ

Sambad

ରାୟଗଡା: ରାୟ ଚୋରି ମାମଲାରେ ୨ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ରାୟଗଡା ଜିଲ୍ଳା ଚାନ୍ଦିଲି ପୁଲିସ ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଚାନ୍ଦିଲି ଥାନା ଅନ୍ତର୍ଗତ ଅରବିନ୍ଦି ନଗରର କ୍ରିଷ୍ଣା ପାଲକିଆ (୨୫) ଓ ରୋହିତ ନାୟକ (୨୪) ବୋଲି ଚାନ୍ଦିଲି ଥାନା ପରିସରରେ ଏସଡିପିଓ ରଶ୍ମୀରଞ୍ଜନ ସେନାପତି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ମାନଙ୍କ ଠାରୁ ଚୋରି ହୋଇଥିବା ଗୋଟିଏ ସୁନା ରାଣୀହାର, ଗୋଟିଏ ହଳ ସୁନା କାନଫୁଲ, ଦୁଇଟି ସୁନା ହାର ଏବଂ ୬ଟି ରୂପା ପାଉଁଜି ଜବତ କରାଯାଇ ଗିରଫ ୨ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଏସଡିପିଓ ଶ୍ରୀ ସେନାପତି ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମିଳିଥିବା ସୂଚନା ପ୍ରକାରେ ଚଳିତମାସ ୬ତାରିଖରେ ଜେକେପୁର ନିବାସୀ ଜି. ଭେଙ୍କେଟ ରାମଣା ନିଜ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ନିଜ ପୁଅଝିଅଙ୍କୁ ନେଇ ବିଶାଖାପାଟଣମ୍ ମେଡିକଲକୁ ଯାଇ ନିଜ ପୁତ୍ରବୋଧୁଙ୍କ ଘରେ ରହିଥିଲେ।

ଆଉ ୮ତାରିଖ ଦିନ ରାୟଗଡାକୁ ଟ୍ରେନ୍ ଯୋଗେ ଫେରିବା ସମୟରେ ତାଙ୍କ ଘର ତାଲା ଭାଙ୍ଗି ଚୋରି ହୋଇଥିବା ନେଇ ଘର ମାଲିକ ଫୋନ ଯୋଗେ ସୂଚନା ଦେଇଥିଲେ। ପରେ ଶ୍ରୀ ରାମଣା ଘରେ ପହଞ୍ଚି ଚୋରି ହୋଇଥିବା ସାମଗ୍ରୀର ତଥ୍ୟ ସହ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଚାନ୍ଦିଲି ଥାନାରେ କେସ ନମ୍ବର ୨୧୬/୮/୯/୨୩ ପ୍ରକାରେ ଏକ ଚୋରି ମାମଲା ରୁଜୁ କରାଯାଇ ଜିଲ୍ଳା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ରଶ୍ମୀରଞ୍ଜନ ସେନାପତିଙ୍କ ତତ୍ୱାବଧାନରେ ଚାନ୍ଦିଲି ଥାନା ଅଧିକାରୀଙ୍କ ନେତୃତ୍ୱରେ ମାମଲାର ତଦନ୍ତକାରୀ ଅଧିକାରୀ ସବଇନ୍ସପେକ୍ଟର ଆଶୁତୋଷ ସାହୁ ଘଟଣାର ତଦନ୍ତ କରି ୨୪ ଘଣ୍ଟା ମଧ୍ୟରେ ଚୋରି ମାମଲାରେ ସମ୍ପୃକ୍ତି ଅରବିନ୍ଦ ନଗରର କ୍ରିଷ୍ଣା ଓ ରୋହିତକୁ ଧରିବାରେ ସଫଳ ହୋଇଥିଲେ। ତେବେ ଚୋରି ଦିନ ଅଭିଯୁକ୍ତ ମାନେ ନଗଦ ୪୫୦୦ ଟଙ୍କା ମଧ୍ୟ ଚୋରି କରି ନେଇଥିବା ବେଳେ ତାହା ଜବତ ହୋଇ ପାରି ନଥିବା ଏସଡିପିଓ ଶ୍ରୀ ସେନାପତି ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଚାନ୍ଦିଲି ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ସମେତ ସବ-ଇନ୍ସପେକ୍ଟର ଡି. ଡି. ସୁଗ୍ରୀ, ଏଏସଆଇ ଶିବରାମ ସ୍ୱାଇଁ ଓ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe