ଦୀର୍ଘ ବର୍ଷ ହେବ ହଜି ଯାଇଥିବା ବୃଦ୍ଧ ଏପରି ଘରକୁ ଫେରିଲେ, ବ୍ରଜରାଜନଗରରେ ପରିବାରବର୍ଗଙ୍କୁ ଭେଟି ଭୋଭୋ ହୋଇ କାନ୍ଦି ଉଠିଲେ

ଦୀର୍ଘ ବର୍ଷ ହେବ ହଜି ଯାଇଥିବା ବୃଦ୍ଧ ଏପରି ଘରକୁ ଫେରିଲେ, ବ୍ରଜରାଜନଗରରେ ପରିବାରବର୍ଗଙ୍କୁ ଭେଟି ଭୋଭୋ ହୋଇ କାନ୍ଦି ଉଠିଲେ

zeenews

କୋଲକାତା : କିଏ ଜାଣିଥିଲା ଦୀର୍ଘ ବର୍ଷ ହେବ ହଜି ଯାଇଥିବା ଚାରୁ ବସାନଙ୍କୁ ତାଙ୍କ ଘରଲୋକ ପୁଣି ଫେରି ପାଇବେ? କିନ୍ତୁ ହାମ୍ ରେଡିଓ ସଦସ୍ୟଙ୍କ ସାହାଯ୍ୟରେ ଦୀର୍ଘ ବର୍ଷ ହେବ ହଜି ଯାଇଥିବା ଜଣେ ବୃଦ୍ଧ ସୁରକ୍ଷିତ ଭାବେ ତାଙ୍କ ଘରକୁ ଫେରି ପାରିଛନ୍ତି।

୫୭ବର୍ଷୀୟ ଚାରୁ ବସାନ ପଶ୍ଚିମବଙ୍ଗର ସୋଦପୁରର ରେଳଷ୍ଟେସନ୍‌ର ୪ନମ୍ବର ପ୍ଲାଟଫର୍ମରେ ଯାତ୍ରୀ ଯେଉଁସ୍ଥାନରେ ବସନ୍ତି, ସେହି ସ୍ଥାନରେ ବସି ରହୁଥିଲେ। ପ୍ରତିଦିନ ତାଙ୍କ ସାମ୍ନାରେ ହଜାରହଜାର ଲୋକ ଯାତାୟାତ କରିଥାଆନ୍ତି। ଚାରୁ ସେମାନଙ୍କୁ ଅତି ବିକଳରେ ଚାହିଁ ରହିଥାଆନ୍ତି, କାଳେ ସେମାନଙ୍କ ଭିତରୁ ତାଙ୍କର କେହି ଚିହ୍ନାପରିଚୟ ବାହାରି ଯିବେ। କିନ୍ତୁ ଦିନ ପରେ ଦିନ ବିତି ଯାଇଥିଲେ ବି ଚାରୁ କୌଣସି ସମ୍ପର୍କୀୟଙ୍କୁ ସେଠାରେ ପାଇ ନ ଥିଲେ।

publive-image zeenews

ଅନେକ ଦିନ ହେବ ପ୍ଲାଟଫର୍ମରେ ଚାରୁ ରହୁଥିବା ଏବଂ ତାଙ୍କ ଗତିବିଧି ଦେଖି ହାମ୍‌ ରେଡିଓର ସଦସ୍ୟଙ୍କୁ ସନ୍ଦେହ ହୋଇଥିଲା । ଏହାପରେ ସେମାନେ ଚାରୁଙ୍କ ସହିତ କଥା ହେବା ପାଇଁ ଚେଷ୍ଟା କରିଥିଲେ। ଚାରୁ କେତେବେଳେ ହିନ୍ଦୀରେ ତ କେତେ ବେଳେ ଖଣ୍ଡି ବଙ୍ଗାଳୀରେ ତ କେତେବେଳେ ଓଡ଼ିଆ ଭାଷାରେ କଥା ହେଉଥିଲେ। ଅନେକ ଦିନ ପର୍ଯ୍ୟନ୍ତ ଚାରୁଙ୍କ ସହିତ ହାମ୍‌ ରେଡିଓର ସଦସ୍ୟ  ସମ୍ପର୍କରେ ରହିବା ପରେ ଚାରୁ ଓଡ଼ିଶାର ବାସିନ୍ଦା ବୋଲି ଜଣାପଡ଼ିଥିଲା। କାଳବିଳମ୍ବ ନକରି ସୋଦପୁର ହାମ୍ ରେଡିଓର ସଦସ୍ୟ ଓଡ଼ିଶାର ହାମ ରେଡିଓ ସଦସ୍ୟଙ୍କୁ ଚାରୁଙ୍କ ଏକ ଫଟୋ ପଠାଇ ଘଟଣା ବିଷୟରେ ଜଣାଇଥିଲେ। ଏହାପରେ ଜଣାପଡ଼ିଲା କି ଚାରୁ ହେଉଛନ୍ତି ଓଡ଼ିଶାର ଝାରସୁଗୁଡାର ବ୍ରଜରାଜନଗରର ବାସିନ୍ଦା ।

publive-image

ଚାରୁ ମାନସିକସ୍ତରରେ ସାମାନ୍ୟ ଅସୁସ୍ଥ। ତେଣୁ ସେ କିପରି ପରିବାରଲୋକଙ୍କଠାରୁ ଅଲଗା ହୋଇଯାଇଥିଲେ ତାହା ତାଙ୍କୁ ସ୍ପଷ୍ଟ ଭାବେ ମନେ ନାହିଁ। କିନ୍ତୁ ଖୋଳତାଡ କରିବା ପରେ ଜଣାପଡ଼ିଲା ଚାରୁ କାହାକୁ କିଛି ନ କହି ଘରୁ ଅନେକ ବର୍ଷ ହେବ କେଉଁଆଡେ ଚାଲି ଯାଇଥିଲେ।

ତେବେ ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ କି ହାମ୍ ରେଡିଓର ବ୍ୟବହାର ବିଶେଷ ଭାବେ ବନ୍ୟା ଦୁର୍ବିପାକ, ଭୂକମ୍ପ, ବାତ୍ୟା ଏଭଳି ପରିସ୍ଥିତିରେ କରାଯାଇଥାଏ। ଯୋଗଯୋଗ କରିବାର ସମସ୍ତ ସାଧନା ଅସଫଳ ହୋଇଗଲେ ହାମ ରେଡିଓ କାମରେ ଆସିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe