ହାତୀ ଘଉଡ଼ାଇବା ହେଲା କାଳ: ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀଙ୍କୁ ଟେକି କଚାଡ଼ି ଦେଲା ଦନ୍ତା

Advertisment

ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ହାତୀ ଉତ୍ପାତ ଅଭିଯୋଗ ପାଇବା ପରେ ହାତୀପଲଙ୍କୁ ଘଉଡ଼ାଇବାକୁ ଯାଇଥିଲେ। ତେବେ ହାତୀପଲର ଏକ ଦନ୍ତା ହାତୀ ଉତ୍ୟକ୍ତ ହୋଇ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀଙ୍କୁ ଗୋଡ଼ାଇଥିଲା...

ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ହାତୀ ଉତ୍ପାତ ଅଭିଯୋଗ ପାଇବା ପରେ ହାତୀପଲଙ୍କୁ ଘଉଡ଼ାଇବାକୁ ଯାଇଥିଲେ। ତେବେ ହାତୀପଲର ଏକ ଦନ୍ତା ହାତୀ ଉତ୍ୟକ୍ତ ହୋଇ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀଙ୍କୁ ଗୋଡ଼ାଇଥିଲା...

00

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ହାତୀ ଉତ୍ପାତ ଅଭିଯୋଗ ପାଇବା ପରେ ହାତୀପଲଙ୍କୁ ଘଉଡ଼ାଇବାକୁ ଯାଇଥିଲେ। ତେବେ ହାତୀପଲର ଏକ ଦନ୍ତା ହାତୀ ଉତ୍ୟକ୍ତ ହୋଇ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ  କର୍ମଚାରୀଙ୍କୁ ଗୋଡ଼ାଇଥିଲା।

ଜୀବନ ଭୟରେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ସୁରକ୍ଷିତ ସ୍ଥାନକୁ ଦୌଡୁଥିବାବେଳେ ଦନ୍ତା ହାତୀ ହାବୁଡ଼ରେ  ଜଣେ କର୍ମଚାରୀ ପଡ଼ିଯାଇଥିଲେ । ଦନ୍ତା ହାତୀଟି ତାଙ୍କୁ ଟେକି କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକ ହେଲେ ଗୋବିନ୍ଦପୁର ଗ୍ରାମର ବସନ୍ତ ମହାନ୍ତ ।

କେନ୍ଦୁଝର ଜିଲ୍ଲାର ସଦର ରେଞ୍ଜ ନରଣପୁର ସେକ୍ସନର ଝାରବେଡ଼ ଗ୍ରାମ ନିକଟରେ ୭ ଟିକିଆ ହାତପଲ ବିଲରେ ପଶି ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଥିଲା। ଖବର ପାଇ ଗତକାଲି ରାତିରେ ବନ ବିଭାଗ କର୍ମଚାରୀ ଏବଂ  ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀ ସେଠାରେ ପହଞ୍ଚିଥିଲେ।

ସେମାନେ ହାତୀପଲକୁ ଘଉଡାଉ ଥିବାବେଳେ ହଠାତ ଏକ ଦନ୍ତାହାତୀ ଗୋଠରୁ ଅଲଗା ହୋଇ ବନକର୍ମଚାରୀଙ୍କୁ ଗୋଡ଼ାଇଥିଲା। ଏହାଦେଖି ସମସ୍ତ କର୍ମଚାରୀ ଦୌଡ଼ି ପଳାଇଥିବା ବେଳେ ବସନ୍ତ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ।

ଦନ୍ତାଟି ତାଙ୍କୁ ଟେକି କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ବସନ୍ତଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଥିସହ ମୃତଦେହକୁ ବ୍ୟବଚ୍ଛଦ ପାଇଁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe