ହୀରାକୁଦରେ ଦେଖାଦେଲା ଚାତକ ପକ୍ଷୀ, ଖୁବ୍ ଶୀଘ୍ର ଆରମ୍ଭ ହେବ ବର୍ଷା

ହୀରାକୁଦରେ ଦେଖାଦେଲା ଚାତକ ପକ୍ଷୀ, ଖୁବ୍ ଶୀଘ୍ର ଆରମ୍ଭ ହେବ ବର୍ଷା

ସମ୍ବଲପୁର: ମୌସୁମୀର ବାର୍ତ୍ତା ନେଇ ବହୁ ଦୂରରୁ ହୀରାକୁଦ ଆର୍ଦ୍ରଭୂମିକୁ ଉଡ଼ି ଆସିଛି ଚାତକ ପକ୍ଷୀ (ଜାକୋବିନ୍ କୁକୋ ବା ପାଏଡ୍ କୁକୋ)। ଆଫ୍ରିକୀୟ ମୂଳର ଏହି କୋଇଲି ବଂଶର ପକ୍ଷୀ କେନ୍ଦ୍ରୀୟ ଏସିଆ ଓ ଭାରତର ହିମାଳୟ ଅଞ୍ଚଳରେ ବି ଦେଖିବାକୁ ମିଳନ୍ତି। ତେବେ ମୌସୁମୀ ଆଗମନର ଠିକ୍‌ ପୂର୍ବରୁ ଏମାନଙ୍କୁ ହୀରାକୁଦ ଜଳଭଣ୍ଡାର ଆଖପାଖ ଆର୍ଦ୍ରଭୂମି ଅଞ୍ଚଳରେ ଦେଖିବାକୁ ମିଳେ ବୋଲି କହନ୍ତି ପକ୍ଷୀ ବିଶେଷଜ୍ଞ ଆଶିଷ ପ୍ରଧାନ। ଚଳିତ ବର୍ଷ ଜୁନ୍‌ ମଧ୍ୟ ଭାଗରୁ ଏମାନେ ହୀରାକୁଦ ଓ ଡେବ୍ରିଗଡ଼ ଅଞ୍ଚଳରେ ଉଡ଼ି ବୁଲୁଛନ୍ତି।

ଅଧିକାଂଶ ସମୟ ମୁଣ୍ଡ ଉପରକୁ ଉଠାଇ ଆକାଶକୁ ଚାହିଁ ରହୁଛନ୍ତି। ତେଣୁ ଖୁବ୍ ଶୀଘ୍ର ମୌସୁମୀ ବର୍ଷା ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। କାରଣ ଏମାନେ ଅନେକ ଦିନ ପାଣି ନପିଇ ରହି ପାରନ୍ତି ଓ ଶୋଷ ମେଣ୍ଟାଇବାକୁ ବର୍ଷାକୁ ଅପେକ୍ଷା କରି ରହନ୍ତି। ବର୍ଷା ହେଲେ ସିଧାସଳଖ ଆକାଶରୁ ପଡ଼ୁଥିବା ବର୍ଷା ଜଳ ପିଇ ନିଜ ତୃଷା ନିବାରଣ କରନ୍ତି। ସୂଚନାଯୋଗ୍ୟ, ଏହି ପକ୍ଷୀମାନେ ବବଲର୍ ଭଳି କ୍ଷୁଦ୍ର ପକ୍ଷୀମାନଙ୍କ ବସାକୁ ଯାଇ ସେମାନଙ୍କ ଆଣ୍ଡା ଗୁଡ଼ିକୁ ତଳେ ପକାଇ ଦିଅନ୍ତି ଓ ସେଠାରେ ନିଜେ ଅଣ୍ଡା ଦିଅନ୍ତି। ଫଳରେ ଉକ୍ତ କ୍ଷୁଦ୍ର ପକ୍ଷୀ ଅଣ୍ଡାକୁ ଉଷୁମାଇ ଚାତକର ଛୁଆ ଜନ୍ମ କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe