ସୁନାବେଡ଼ାରେ ସୁନାଦେଈଙ୍କ ଛତରଯାତ୍ରା: ବୋଦା, କୁକୁଡ଼ା ବଳିରେ ରକ୍ତରଞ୍ଜିତ ହେଲା ପୀଠ

ସୁନାବେଡ଼ାରେ ସୁନାଦେଈଙ୍କ ଛତରଯାତ୍ରା: ବୋଦା, କୁକୁଡ଼ା ବଳିରେ ରକ୍ତରଞ୍ଜିତ ହେଲା ପୀଠ

କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ମାଓବାଦୀପ୍ରବଣ ସୁନାବେଡ଼ା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ସଂପ୍ରଦାୟଙ୍କ ଅଧିଷ୍ଠାତ୍ରୀ ଦେବୀ ମା’ ସୁନାଦେଈଙ୍କ ପ୍ରସିଦ୍ଧ ଛତର ଯାତ୍ରା ଶନିବାର କୁମାର ପୂର୍ଣ୍ଣିମାରେ ଅନୁଷ୍ଠିତ ହୋଇଯାଇଛି। ଆଜି ପଶୁପକ୍ଷୀଙ୍କ ବଳିରେ ମା’ଙ୍କ ପୀଠ ରକ୍ତରଞ୍ଜିତ ହୋଇଯାଇଛି। କୋମନା ବ୍ଲକ୍ ସଦର ମହକୁମା ୪୦ କିମି ଦୂରରେ ବଣ ପାହାଡ଼ ମଧ୍ୟରେ ମା’ ସୁନାଦେଈ ପୂଜା ପାଇ ଆସୁଛନ୍ତି। କୁମାର ପୂର୍ଣ୍ଣିମାରେ ମା’ଙ୍କ ମୁଖ୍ୟଯାତ୍ରା ତଥା ଛତର ଯାତ୍ରା ହୋଇଥାଏ। ଚଳିତ ବର୍ଷ ମଧ୍ୟ ସମାରୋହରେ ଏହି ଯାତ୍ରା ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ମାନସିକଧାରୀ ଓ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥିଲା।

ଏହି ଯାତ୍ରା ଦିନ ଦେବୀଙ୍କ କାଳିଶି ସହ ଛତର ମନ୍ଦିରରୁ ବାହାରି ସର୍ବସାଧାରଣଙ୍କୁ ଦର୍ଶନ ଦେଇ ଲିଙ୍ଗଭଟାକୁ ଯାଇଥିଲେ। ସେଠାରେ ପୂଜା ସରିଲା ପରେ ପୁଣି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ସମୟର ବାଟରେ ମାନସିକଧାରୀମାନେ ବୋଦା, କୁକୁଡ଼ା ଓ ପାରା ବଳି ଦେଇଥିଲେ। ଏହି ଅଞ୍ଚଳରେ ବସବାସ କରୁଥିବା ଦୁଇଟି ପଞ୍ଚାୟତର ୫୨ ଗାଁରେ ଅଧିକାଂଶ ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଲୋକେ ରହନ୍ତି। ସେମାନଙ୍କ ବେଶଭୂଷା ସହ ଏଠିକାର ପରିବେଶ ସବୁଠାରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରେ। ଏହି ଅଞ୍ଚଳ କିଛି ବର୍ଷ ପୂର୍ବେ ଲାଲବାହିନୀ କବଜାରେ ଥିବାରୁ ସୁରକ୍ଷା ପାଇଁ ପୁଲିସ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe