Advertisment

ମା ଦୁଆରସନି ପୀଠରେ ଛତର ଯାତ୍ରା: ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଜେନା ଖାଲଠାରୁ ମନ୍ଦିରକୁ ଆସିଲେ ମାଆ ଦୁଆରସନି

Advertisment
ମା ଦୁଆରସନି ପୀଠରେ ଛତର ଯାତ୍ରା: ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଜେନା ଖାଲଠାରୁ ମନ୍ଦିରକୁ ଆସିଲେ ମାଆ ଦୁଆରସନି

ଧର୍ମଗଡ: ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ସୀମାନ୍ତରେ ଥିବା କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଛିଲିପା ଗାଁଠାରେ ଥିବା ମା ଦୁଆରସନିଙ୍କ ଛତର ଯାତ୍ରା ଆଜି ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଶେଷ ହୋଇଯାଇଛି। ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ମା ଙ୍କ ପୂଜା କେବଳ ପ୍ରତୀକାତ୍ମକ ଭାବେ କରାଯାଇଥିବାବେଳେ ଚଳିତ ବର୍ଷ ଧୁମଧାମରେ ପରମ୍ପରା ଅନୁଯାୟୀ ପୂଜା କରାଯାଇଛି । ମହାଳୟାଠାରୁ ଆରମ୍ଭ ହୋଇ ଥିବା ମା ଦୁଆରସନିଙ୍କ ଦଶହରା ଯାତ୍ରାର ବିଭିନ୍ନ ଦିନମାନଙ୍କରେ ମାଙ୍ଗଳିକ ପୂଜା, ରୁଖା ସ୍ଥାପନ, ଚତୁର୍ଥୀରେ ଦେବୀ ପୀଠରେ ଖଣ୍ଡା ବସା ପରେ ପଞ୍ଚମୀଠାରୁ ସପ୍ତମୀ ପର୍ଯ୍ୟନ୍ତ କଳ୍ପ ପୂଜା କରାଯାଇଥିଲା ।

ମହାଷ୍ଟମୀ ଦିନ ମା'ଙ୍କ ସନ୍ଧି ପୂଜା ସହ ଗ୍ରାମ ନିକଟସ୍ଥ ଜେନାବଳି ପାହାଡରେ ଡଙ୍ଗର ଚଘା ଉତ୍ସବ ସହିତ ଗତକାଲି ମଧ୍ୟ ରାତ୍ରରେ ଜେନା ଖାଲଠାରେ ବଳି ଦିଆଯାଇ ଜେନା ଖାଲ ନିକଟରୁ ମା'ଙ୍କ ଛତର ଝୁଲି ଝୁଲି ମନ୍ଦିରକୁ ପ୍ରବେଶ କରିଥିଲା। ଶୋଭାଯାତ୍ରାରେ ଘଣ୍ଟ ଦଳ,ଘୁମୁରା ଦଳ,ଆଦିବାସୀ ନୃତ୍ୟ ସହିତ ସ୍ଥାନୀୟ ଯୁବକମାନେ ବିଭିନ୍ନ ବାଦ୍ୟ ବଜାଇ ମାଆଙ୍କୁ ପାଛୋଟି ଆଣିଥିଲେ |

ଗ୍ରାମର ଝାଙ୍କର ଅଞ୍ଜଳି ମାଝୀ  ଜେନା ପୂଝାରୀ, ପୂର୍ଣ୍ଣ ଚନ୍ଦ୍ର ମାଝୀ ମାଙ୍କ ପୂଜାର୍ଚ୍ଚନା କରିଥିବାବେଳେ ଛିଲିପା ସରପଞ୍ଚ ବିଭୁ ଦତ୍ତ ପ୍ରଧାନୀ,ଗ୍ରାମ୍ୟ କମିଟି ସଭାପତି ଟିକେରାମ ମାଝି, ଗଉନ୍ତିଆ ଅଜିତ କୁମାର ପଟଯୋଶୀ, ପୂଜା କମିଟି ସଦସ୍ୟ ଶରତ କୁମାର ପଟେଲ,ଆଶିଷ ପ୍ରଧାନି, ଦୟାନିଧି ପଟେଲ, ଯୁଗଲ ପଟେଲ, ଦିନେସ ରାଉତ, ବାଳକୃଷ୍ଣ ନାଏକ, ବିରେନ୍ଦ୍ର ପଟେଲ, କ୍ଷୀରାଧି ସା,ରୋମାନ ସା,ଓ ସଙ୍କେତ ପ୍ରଧାନି ଏହି ୯ ଦିନ ଧରି ଆୟୋଜିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe