୫୦ ଲକ୍ଷ ଟଙ୍କା ଠକେଇ: ୪ ଜଣଙ୍କୁ ଉଠାଇନେଲା ଛତିଶଗଡ଼ ପୁଲିସ

Advertisment
୫୦ ଲକ୍ଷ ଟଙ୍କା ଠକେଇ: ୪ ଜଣଙ୍କୁ ଉଠାଇନେଲା ଛତିଶଗଡ଼ ପୁଲିସ

ତେଲକୋଇ: କେନ୍ଦ୍ରାପଡ଼ା ଅଞ୍ଚଳର ଚାରିଜଣ ଯୁବକ ଛତିଶଗଡ଼ର ଲୋକଙ୍କଠାରୁ ପ୍ରାୟ ୫୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଠକେଇ କରି ଓଡ଼ିଶା ଚାଲି ଆସିଥିଲେ। ଛତିଶଗଡ଼ ପୁଲିସ ମୋବାଇଲ ଟ୍ରାକିଂ କରି ସେମାନଙ୍କ ପିଛା କରୁଥିଲା। ସମ୍ପୃକ୍ତ ଯୁବକମାନେ ପ୍ରଥମେ କେନ୍ଦ୍ରାପଡ଼ା, ପୁରୀ, ଭୁବନେଶ୍ୱର ଓ ଯାଜପୁର ଅଞ୍ଚଳରେ ଘୂରି ବୁଲୁଥିଲେ। ସେମାନଙ୍କୁ ପିଛା କରୁଥିବା ଛତିଶଗଡ଼ ପୁଲିସ କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ଜନ୍‌ସନ୍‌ପୁର ଟୋଲପ୍ଲାଜା ନିକଟରୁ ଦୁଇଜଣଙ୍କୁ କାବୁ କରିଥିଲା।

ଖବର ପାଇ ତେଲକୋଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସହାୟତା କରିଥିଲା। ଉକ୍ତ ଗୋଷ୍ଠୀର ଆଉ ଦୁଇଜଣ ଯୁବକଙ୍କୁ ଜଗମୋହନପୁର ଡାକ୍ତରଖାନା ନିକଟରୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ଜବତ ହୋଇଥିବା ଦୁଇଟି ବାଇକ୍‌କୁ ଛତିଶଗଡ଼ ପୁଲିସ ଜବତ କରି ତେଲକୋଇ ପୁଲିସକୁ ହସ୍ତାନ୍ତର କରିଛି। ସମ୍ପୃକ୍ତ ଯୁବକମାନେ ଛତିଶଗଡ଼ରେ ରହି ଲୋକଙ୍କୁ ବିଭିନ୍ନ ସାମଗ୍ରୀ ଯୋଗାଇଦେବାକୁ କହି ଟଙ୍କା ହଡ଼ପ କରିଥିଲେ ବୋଲି ତେଲକୋଇ ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe