ଚଉଷଠୀ ଯୋଗିନୀ ମହୋତ୍ସବ ନେଇ ବିବାଦ, ସାମ୍ବାଦିକ ସମ୍ମିଳନୀ ଡକାଇ ଅସନ୍ତୋଷ ଝାଡ଼ିଲେ ବିରୋଧୀ

Advertisment
ଚଉଷଠୀ ଯୋଗିନୀ ମହୋତ୍ସବ ନେଇ ବିବାଦ, ସାମ୍ବାଦିକ ସମ୍ମିଳନୀ ଡକାଇ ଅସନ୍ତୋଷ ଝାଡ଼ିଲେ ବିରୋଧୀ

Sambad

ବାଲିଅନ୍ତା: ଆଉ ଦିନ କେଇଟା ପରେ ସ୍ଥାନୀୟ ହୀରାପୁର ସ୍ଥିତ ଚଉଷଠୀ ଯୋଗିନୀ ପୀଠରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ଚତୁର୍ଦ୍ଦଶ ଚଉଷଠୀ ଯୋଗିନୀ ମହୋତ୍ସବ। ହେଲେ ଚଉଷଠୀ ମହୋତ୍ସବ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଚଉଷଠୀ ଯୋଗିନୀ ମହୋତ୍ସବକୁ ନେଇ ରାଜନୀତି ଆରମ୍ଭ କରି ଦେଇଛନ୍ତି। ଦୀର୍ଘ ୧୩ ବର୍ଷ ଧରି ଯୋଗିନୀ ମହୋତ୍ସବ କରି ଆସୁଥିବା ଆୟୋଜକ ଜଣାଶୁଣା ଓଡ଼ିଶୀ ନୃତ୍ୟ ପ୍ରତିଭା ନୃତ୍ୟାନୁଷ୍ଠାନକୁ ଜୋରଦାର ବିରୋଧ କରିଛନ୍ତି। ଉକ୍ତ ଅନୁଷ୍ଠାନ ତତ୍ବାବଧାନରେ ମହୋତ୍ସବ କରାଇନଦେବାକୁ ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି। ନୃତ୍ୟ, ସଂଙ୍ଗୀତ କ୍ଷେତ୍ରରେ ଆଦୌ ଅଭିଜ୍ଞତା ନଥିବା କିଛି ବ୍ୟକ୍ତି ବିଶେଷଙ୍କୁ ଚତୁର୍ଦ୍ଦଶ ମହୋତ୍ସବ ପରିଚାଳନା ଦାୟିତ୍ବ ଧରାଇ ଦେବାକୁ ଜୟଦେବ ବିଧାୟକ ଓ ଜିଲ୍ଲା ପ୍ରଶାସନ ନିକଟରେ ଚକ୍ରାନ୍ତ ଚଳାଇଥିବା ନେଇ ଅଭିଯୋଗ ହୋଇଛି।

ହାତଗଣତି ବିରୋଧୀ ଏନେଇ ଆଜି ଅପରାହ୍ନରେ ସୁଦର୍ଶନ ଦେବଙ୍କ ଦାରୁପୀଠ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ସେମାନଙ୍କ ଅସନ୍ତୋଷ ଝାଡ଼ିଛନ୍ତି। ସାମ୍ବାଦିକ ସମ୍ମିଳନୀ ଡକାଇଥିବା ଦୁଇ ରାଜନେତା ଓ ମହୋତ୍ସବ କରିବା ପାଇଁ ଆଶାୟୀ ଥିବା ଦୁଇ ରାଜନେତାଙ୍କ କହିବାନୁସାରେ ନୃତ୍ୟ ପ୍ରତିଭା ଅନୁଷ୍ଠାନ ଚଉଷଠୀ ଯୋଗିନୀ ପୀଠରେ ଦୀର୍ଘ ୧୩ ବର୍ଷ ଧରି ଯୋଗିନୀ ମହୋତ୍ସବ କରି ଆସୁଛି। ହେଲେ ମହୋତ୍ସବ ପରିଚାଳନା ବେଳେ ଉକ୍ତ ଅନୁଷ୍ଠାନ ଅଧିକ ଖର୍ଚ୍ଚ ଦେଖାଇ ଅନିୟମିତତା କରୁଥିବା ଅଭିଯୋଗ ହେଉଛି। ଏହାଛଡ଼ା ସ୍ଥାନୀୟ ଲୋକଙ୍କୁ ଉପକ୍ଷୋ କରାଯାଇ ମହୋତ୍ସବ କରାଯାଉଛି। କୌଣସି ପଞ୍ଚାୟତ ଜନ ପ୍ରତିନିଧିଙ୍କୁ ମଧ୍ୟ ଅବଗତ କରାଯାଉ ନାହିଁ। ଏଥିରେ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ପଦକ୍ଷେପ ଗ୍ରହଣ କରୁ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଥିଲା।

ଅନ୍ୟପକ୍ଷରେ ଆୟୋଜକ ନୃତ୍ୟ ପ୍ରତିଭାର ସଂପାଦିକା ପ୍ରତିଭା ପଣ୍ଡାଙ୍କୁ ଏସଂପର୍କରେ ପଚାରିବାରେ ସମସ୍ତଙ୍କ ଜନ ପ୍ରତିନିଧିଙ୍କ ସହମତିରେ ମହୋତ୍ସବ କରାଯାଉଥିବା ବେଳେ ମହୋତ୍ସବ ଯାବତୀୟ ଖର୍ଚ୍ଚ ଅଡିଟ୍ ପରିସରଭୁକ୍ତ ବୋଲି ଜଣାଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ୧୭ ନମ୍ବର ଜିଲ୍ଲା ପରିଷଦ ଜୋନ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ବିଧାୟକଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର , ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ ଓ ଯଶୁଆପୁର ବିକାଶ ପରିଷଦର ପ୍ରତିଷ୍ଠାତା ରଂଜନ ରଂଜନ କୁମାର ମହାପାତ୍ର ଓ ବିଧୁଭୂଷଣ ପଟ୍ଟନାୟକ ଓ ଅରବିନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe