ବିଭିନ୍ନ ଶିଳ୍ପାନୁଷ୍ଠାନରେ ଚାକିରି କରାଇଦେବା ପ୍ରଲୋଭନ ଦେଖାଇ ଠକେଇ

ବିଭିନ୍ନ ଶିଳ୍ପାନୁଷ୍ଠାନରେ ଚାକିରି କରାଇଦେବା ପ୍ରଲୋଭନ ଦେଖାଇ ଠକେଇ

ଝାରସୁଗୁଡ଼‌ା: ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଶିଳ୍ପାନୁଷ୍ଠାନରେ ଚାକିରି କରାଇଦେବା ପ୍ରଲୋଭନ ଦେଖାଇ ଯୁବକ, ଯୁବତୀମାନଙ୍କୁ ଏଠାକୁ ଆଣିବା ପରେ ସେମାନଙ୍କଠାରୁ ଟଙ୍କା ନେଇ ପ୍ରଡକ୍ଟ ବିକ୍ରି କରାଯାଉଥିବା ଗତ ୩ ଦିନ ତଳେ ଅଭିଯୋଗ ହୋଇଥିଲା। ସୂଚନା ପାଇ ସଦର ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ୧୬୫ରୁ ଅଧିକ ଯୁବକ, ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏ ନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ସଦର ଥାନା ଅନ୍ତର୍ଗତ ବିଟିଏମ୍‌ର କୁବେରକାନ୍ତ ପରିଡ଼ା (୪୪), ସୁଲଦିଆପଡ଼ାରେ ରହୁଥିବା ଭଦ୍ରକର ଶୁଭେନ୍ଦୁ ଥାଟୋଇ (୨୨), ସତ୍ୟଜିତ ରଥ (୨୫), ଚନ୍ଦନ ମିଶ୍ର (୨୩), ସନ୍ତୋଷ ଦାଶ (୨୧) ଓ ପୁରୀର ଦେବାଶିଷ କାଣ୍ଡି (୨୦) ପ୍ରମୁଖ ୬ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ନିକଟରୁ ଏକ ଲାପଟପ୍‌, ୪ଟି ମୋବାଇଲ୍‌, ଗୋଟିଏ କଲର ପ୍ରିଣ୍ଟର ଓ ଏକେ ଆସୋସିଏଟସ୍‌ ନାମରେ ୫୫୦ରୁ ଊର୍ଦ୍ଧ୍ବ ପଞ୍ଜୀକରଣ କାଗଜ ଜବତ କରାଯାଇଛି।

ଅଭିଯୁକ୍ତମାନେ ‌ସଦର ଥାନା ଅନ୍ତର୍ଗତ ଏଚ୍‌. କଟାପାଲି, ହାଉସିଂ ବୋର୍ଡ କଲୋନି, ବିଟିଏମ୍‌ ଅଞ୍ଚଳରେ ଘର ଭଡ଼ା ଦେଇ ଚାକିରି ଆଶାୟୀଙ୍କୁ ରଖୁଥିଲେ। ସେମାନଙ୍କୁ ତାଲିମ୍‌ ଦେଇ ଝାରସୁଗୁଡ଼ାର ବିଭିନ୍ନ ଶିଳ୍ପାନୁଷ୍ଠାନରେ ଚାକିରି ଦେବା ପ୍ରତିଶ୍ରୁତି ଦେଇ କାହାଠାରୁ ୬ ହଜାର ତ କାହାଠାରୁ ୧୨ ହଜାର ଟଙ୍କା ନେଉଥିଲେ ବୋଲି ଅତିରିକ୍ତ ଏସ୍‌ପି ନାରାୟଣ ବାରିକ, ଏସ୍‌ଡିପିଓ ନିର୍ମଳ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe