ପାନ୍‌କାର୍ଡ ଅପ୍‌ଡେଟ୍‌ ନାଁରେ ଫସିଲେ

ସାଇବର ଠକେଇରେ ପଡ଼ିଲେ ବ୍ୟାଙ୍କ ମ୍ୟାନେଜର

ସମ୍ବଲପୁର: ସମ୍ବଲପୁରରେ ସାଇବର୍‌ ଠକେଇ ଥମିବାର ନାଁ ନେଉ ନାହିଁ। ବୁର୍ଲା ଅଞ୍ଚଳର ଆଉ ଜଣେ ବ୍ୟକ୍ତି ସାଇବର୍‌ ଠକେଇ ଶିକାର ହୋଇଛନ୍ତି। ପାନ୍‌ କାର୍ଡ୍‌ ଅପଡେଟ୍‌ ନାଁରେ ଠକ ତାଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା କାଟି ନେଇଛି। ସୂଚନା ଅନୁଯାୟୀ, ଚିପିଲିମାର ସଦାନନ୍ଦ ପାଢ଼ୀଙ୍କ ପାଖକୁ ବୁଧବାର ଦିନ ଏକ ଅଜଣା ନମ୍ବରରୁ ଗୋଟିଏ ମେସେଜ୍‌ ଆସିଥିଲା। ସେହି ମେସେଜ୍‌ରେ ଗୋଟିଏ ଲିଙ୍କ୍‌ ଦିଆଯାଇଥିଲା ଏବଂ ପାନ୍‌ କାର୍ଡ ଅପଡେଟ୍‌ କରିବାକୁ ଲେଖାଯାଇଥିଲା।

ସେ ଲିଙ୍କ୍‌ ଉପରେ କ୍ଲିକ୍‌ କରି ବିଭିନ୍ନ ତଥ୍ୟ ଦେଇଥିଲେ। ହଠାତ ତାଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା କଟି ଯାଇଥିଲା। ତୁରନ୍ତ ସେ ସାଇବର୍‌ ହେଲ୍‌ପଲାଇନ୍‌‌ ନମ୍ବର ୧୯୩୦କୁ ଯୋଗାଯୋଗ କରି ଅଭିଯୋଗ କରିଥିଲେ। ପରେ ଗୁରୁବାର ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe