ରାୟଗଡ଼ା: ବୁଡ଼ିବିଲ ନିକଟରେ ଚେକ ଡ୍ୟାମ ନିର୍ମାଣ ପାଇ ଦାବି

Advertisment
ରାୟଗଡ଼ା: ବୁଡ଼ିବିଲ ନିକଟରେ ଚେକ ଡ୍ୟାମ ନିର୍ମାଣ ପାଇ ଦାବି

Sambad

ରାୟଗଡା: ରାୟଗଡା ଜିଲ୍ଲାର କୋଲନରା ବ୍ଲକର ବାଗ୍ରତିଗୁଡା, କାଳିଆଗୁଡା, ସାନପଦିଆ ଓ କୋଲନରା ଅଂଚଳର ପ୍ରାୟ ୪୦୦ ଏକର ଜମିରେ ରବି ଓ ଖରିଫ ଚାଷ କରିବା ପାଇଁ ହେଲେ ବୁଡିବିଲ ନିକଟରେ ଏକ ଚ୍ୟାକ ଡ୍ୟାମ ନିର୍ମାଣ କରାଯିବା ଆବଶ୍ୟକ ବୋଲି ଅଂଟଳର ଚାଷୀମାନେ ଦାବି କରିଛନ୍ତି। ଦୀର୍ଘବର୍ଷ ହେଲା ଏଠାରେ ଏକ ଚ୍ୟାକ ଡ୍ୟାମ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ପିଡି, ଡିଆରଡିଏ, ଖୁଦ୍ର ଜଳସେଚନ ବିଭାଗ ନିକଟରେ ଗୁହାରି କରି କରି ଥକି ଯାଇଥିବା ଚାଷୀମାନେ ଅଭିଯୋଗ କରିଥିଲେ। ପୁଣି ଏହି ଅଂଚଳର ଚାଷୀମାନେ ଆଜି ମଙ୍ଗଳବାର ଜିଲ୍ଲାପାଳଙ୍କୁ ଭେଟ ବୁଡିବିଲ ନିକଟରେ ଏକ ଚ୍ୟାକ ଡ୍ୟାମ ନିର୍ମାଣ ପାଇଁ ଦାବି କରିଥିଲେ।

ଯାହାଫଳରେ ଏହି ଅଂଚଳର ଚାଷୀ ଉପକୃତ ହେବେ ବୋଲି କୁହାଯାଇଛି। ପ୍ରଶାସନ ନଶୁଣିବାରୁ ନେତା ମାନଙ୍କୁ ମଧ୍ୟ ଚାଷୀମାନେ ଗୁହାରି କରିଥିଲେ। କିନ୍ତୁ ନେତା ଓ ମନ୍ତ୍ରୀ ମଧ୍ୟ ପ୍ରତିଶ୍ରୁତି ଦେଇ ଠକି ଦେଇଥିବା ଲୋକେ କହିଥିଲେ। ଚ୍ୟାକ ଡ୍ୟାମ ନଥିବାରୁ ପାଣି ଚାଲିଯାଉଥିବା କହିଥିଲେ। ଚାଷୀଙ୍କ ପ୍ରତି ସରକାର ବହୁ ଯୋଜନା ପ୍ରଣୟନ କରିବା ସହ ସେମାନଙ୍କର ଉନ୍ନତି ନିମନ୍ତେ ସମସ୍ତ ସହଯୋଗ କରି ଆସୁଥିବା ଚାଷୀ କହୁଥିବା ବେଳେ ଦୀର୍ଘଦିନ ଧରି ଦାବି କରି ଆସୁଥିବା ଏହି ଚ୍ୟାକ ଡ୍ୟାମକୁ ତୁରନ୍ତ ନିର୍ମାଣ କରାଯାଉ ବୋଲି ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe