ଖୋଲିଲା ଜିଲ୍ଲା ସୀମାନ୍ତ ଚେକ୍‌ପୋଷ୍ଟ

Advertisment
ଖୋଲିଲା ଜିଲ୍ଲା ସୀମାନ୍ତ ଚେକ୍‌ପୋଷ୍ଟ

ହରଭଙ୍ଗା: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ହରଭଙ୍ଗା ବ୍ଲକ୍‌ ପୁରୁଣାକଟକ ପୁଲିସ ପକ୍ଷରୁ ବୌଦ୍ଧ ଜିଲ୍ଲାର ୩ଟି ଜିଲ୍ଲା ସୀମାନ୍ତ ଚେକ୍‌ପୋଷ୍ଟ ଖୋଲାଯାଇଛି। ଖୋର୍ଦ୍ଧା–ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ମାଧପୁର, ଚାରିଛକସ୍ଥିତ ବନ ବିଶ୍ରାମଗାର ଏବଂ ଚାରିଛକ ଫୁଲବାଣୀ ରାସ୍ତାର ଝାଡ୍ରାଜିଂ ନିକଟରେ ୩ଟି ଚେକ୍‌ପୋଷ୍ଟ ଖୋଲାଯାଇଛି। ସବୁ ଚେକ୍‌ପୋଷ୍ଟରେ ସିସିଟିଭି କ୍ୟାମେରା ଲଗାଯିବ। ବିଶେଷକରି କଳା କାଚଥିବା ଗାଡ଼ି ଉପରେ ପୁଲିସ ପକ୍ଷରୁ ଯାଂଚ କଡ଼ାକଡ଼ି କରାଯିବ। ନିର୍ବାଚନକୁ ଦୃଷ୍ଟିରେ ରଖି ଗାଡ଼ିଗୁଡ଼ିକରେ ହେଉଥିବା ଟଙ୍କା ଚାଲାଣ ଉପରେ ପୁଲିସର କଡ଼ା ନଜର ରହିବ। ଏହା ସହିତ ରାତିରେ ଅତିକ୍ରମ କରୁଥିବା ଗାନିଗୁଡ଼ିକର ଭିଡିଓ ସର୍ଭିଲାନ୍ସ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe