ଓମିକ୍ରନକୁ ଆଖି ଆଗରେ ରଖି ପୁଲିସର ଯାଞ୍ଚ କଡ଼ାକଡ଼ି , ୮ ହଜାର ଟଙ୍କା ଜରିମାନା ଆଦାୟ

Advertisment
ଓମିକ୍ରନକୁ ଆଖି ଆଗରେ ରଖି ପୁଲିସର ଯାଞ୍ଚ କଡ଼ାକଡ଼ି , ୮ ହଜାର ଟଙ୍କା ଜରିମାନା ଆଦାୟ

Sambad

ବୈପାରିଗୁଡା:  କୋଭିଡର ତୃତୀୟ ଲହର ତଥା ଓମିକ୍ରନର ଦ୍ରୁତ ସଂକ୍ରମଣକୁ ଆଖି ଆଗରେ ରଖି ଆଜି ବୈପାରିଗୁଡା ଥାନା ଆଇଆଇସି ଅଶ୍ଵିନୀ ପଟ୍ଟନାୟକଙ୍କ ଉପସ୍ଥିତିରେ କଡ଼ାକଡ଼ି ଭାବେ ମାସ୍କ ଏବଂ ହେଲମେଟ ଯାଞ୍ଚ କରିଥିଲା। ଯେଉଁମାନେ କୋଭିଡ ଗାଇଡ ଲାଇନକୁ ଅମାନ୍ୟ କରି ବିନା ମାସ୍କରେ ଏବଂ ବିନା ହେଲମେଟରେ ବାଇକ ଚଳାଉଥିଲେ, ପୁଲିସ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରିଛି। ବିନା ମାସ୍କ କିମ୍ବା ବିନା ହେଲମେଟରେ ଗାଡ଼ି ଚଳାଉଥିବାରୁ ଅଟକ ରଖି ଜୋରିମାନା ଆଦାୟ କରାଯାଇଥିଲା। ଆଜି ମୋଟ ଆଠ ହଜାର ଟଙ୍କା ଜୋରିମାନା ବାବଦକୁ ଆଦାୟ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସୂଚନାଅନୁଯାୟୀ, ଗତ ତିନିଦିନ ପୂର୍ବରୁ ପୁଲିସ ଡ଼ାକବାଜି ଯନ୍ତ୍ର ଯୋଗେ ବୈପାରିଗୁଡାର ସମସ୍ତ ସାହି, ବସ୍ତି ବୁଲି କୋଭିଡ ନିୟମ ମାନିବା ପାଇଁ ସଚେତନ କରାଇଥିଲେ। ତଥାପି ବହୁ ଅମାନିଆ ଏହାକୁ ନମାନି ବିନା ମାସ୍କରେ ବଜାରରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଯାହାଫଳରେ ଆଜି ପୁଲିସ କଡ଼ା ପଦକ୍ଷେପ ନେଇଛି। ଆସନ୍ତାକାଲି ଠାରୁ ବଜାରରେ କଡ଼ାକଡ଼ି ଭାବରେ ଯାଞ୍ଚ କରାଯିବ ବୋଲି ଆଇଆଇସି ଅଶ୍ଵିନୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe