ଛତିଶଗଡ଼ର ପୁଣି ଦାଦାଗିରି! ଓଡ଼ିଶା ଚାଷୀଙ୍କ ଜମିରେ ଖୁଣ୍ଟ ପୋତିବା ଯୋଜନା

Advertisment
ଛତିଶଗଡ଼ର ପୁଣି ଦାଦାଗିରି! ଓଡ଼ିଶା ଚାଷୀଙ୍କ ଜମିରେ ଖୁଣ୍ଟ ପୋତିବା ଯୋଜନା

ନୂଆପଡ଼ା: ଜିଲ୍ଲାର ସିନାପାଲିରେ ଚାଷୀମାନଙ୍କ ଜମିକୁ ଛତିଶଗଡ଼ ସରକାର ଅକ୍ତିଆର କରିଛନ୍ତି। ଏହାର ସମାଧାନ ନହେଉଣୁ ପୁଣି ଛତିଶଗଡ଼ର ଦାଦାଗିରି ଦେଖିବାକୁ ମିଳିଛି। ପୂର୍ବ ସୀମା ଚିହ୍ନଟକୁ ନମାନି ଛତିଶଗଡ଼ ସରକାର ମନମୁଖୀ ତାରବାଡ଼ ବୁଲାଇବା ଯୋଜନା କରୁଛି। ଏହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଲୋକମାନେ। ଓଡ଼ିଶା ସୀମା ଭିତରେ ପ୍ରବେଶ କରି ୩ କିମି ସିମେଣ୍ଟ ଖୁଣ୍ଟ ପୋତିବା ପାଇଁ ଗାତ ଖୋଳି ଦେଇଛି ଛତିଶଗଡ଼ ପ୍ରଶାସନ। ଓଡ଼ିଶା ଚାଷୀଙ୍କ ଜମିକୁ ନିଜ ଆଡ଼କୁ ନେବା ପାଇଁ କରିଛି ଅସାଧୁ ପ୍ରୟାସ। ନୂଆପଡ଼ା ସଦର ବ୍ଲକ କେନ୍ଦୁବାହାର ପଞ୍ଚାୟତର ଗୁର୍ଜିଭଟା ଗାଁରେ ଆଜି ଏ ନେଇ ଦେଖାଦେଇଛି ଜନ ଅସନ୍ତୋଷ।

କେନ୍ଦୁବାହାର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ କହିଛନ୍ତି ଯେ ଏହି ସୀମା ବିବାଦକୁ ନୂଆପଡ଼ା ତତ୍କାଳୀନ ଜିଲ୍ଲାପାଳ ଏସ୍‌. କେ. ଝାଙ୍କ ସମୟରେ ଛତିଶଗଡ଼ ସରକାର ଓ ନୂଆପଡ଼ା  ଜିଲ୍ଲା ପ୍ରଶାସନ ମଧ୍ୟରେ ସମାଧାନ କରାଯାଇଥିଲା। ହେଲେ ପୁଣି ଆଜି ଛତିଶଗଡ଼ ସରକାର ନୂଆପଡ଼ା ବ୍ଲକ୍‌ ଗୁର୍ଜିଭଟା ସୀମାରେ ଓଡ଼ିଶା ଚାଷୀଙ୍କ ଜମିକୁ ନିଜ ଆଡ଼କୁ ନେବା ପାଇଁ ଉଦ୍ୟମ କରିଛି। ଏହି ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୋମବାର ନୂଆପଡ଼ା ତହସିଲଦାର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe