ସରକାରୀ ଯୋଜନାରୁ ବଞ୍ଚିତ ଶିଶୁ, ଟ୍ରଲିରେ ବୁହା ହେଉଛି ଶୈଶବ

Advertisment
ସରକାରୀ ଯୋଜନାରୁ ବଞ୍ଚିତ ଶିଶୁ, ଟ୍ରଲିରେ ବୁହା ହେଉଛି ଶୈଶବ

Sambad

ଭଦ୍ରକ: ସବୁ ଲୋକଙ୍କ ପାଇଁ ସବୁ ପ୍ରକାର ଯୋଜନା ସରକାର କରିଛନ୍ତି ବୋଲି ଡେଙ୍ଗୁରା ପିଟୁଛନ୍ତି। ହେଲେ ଭଦ୍ରକର ବନ୍ତଛକ ନିକଟରେ ଆଜି ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଦିନ ପ୍ରାୟ ତିନିଟା ହେବ। ପକ୍କା ଘର କାମ ସାରି ଘରକୁ ଫେରୁଥିଲେ ଦୁଇ ଆଦିବାସୀ ଦମ୍ପତି। ସାଥୀରେ ଥିଲେ ଦୁଇ ଶିଶୁପୁତ୍ର। ଏକ ଟ୍ରଲିରେ ବସାଇ ଏଇ ଦୁଇ ଶିଶୁ ପୁତ୍ରଙ୍କୁ ରାସ୍ତା ଉପରେ ଠେଲି ଠେଲି ନେଉଥିଲେ ବାପା ସମା ଗଡସରା। ସମାର ଘର ଠାକୁରମୁଣ୍ଡାରେ। ସେଠାରୁ ଆସି ଭଦ୍ରକର ବଙ୍କସାହିରେ ଘର ଭଡା ନେଇ ରହୁଛି। ସକାଳ ହେଲେ ପକ୍କା ଘର କାମ ପାଇଁ ବାଲି ସିମେଣ୍ଟ ଗୁଳାଇବାକୁ ଯାଉଛନ୍ତି। ସାଥିରେ ନେଇ ଯାଉଛନ୍ତି ନିଜର ଏଇ ଦୁଇ ଶିଶି ପୁତ୍ରଙ୍କୁ। ପୁଣି ଫେରିଲା ବେଳେ ସେମାନଙ୍କୁ ସାଥୀରେ ଧରି ଫେରୁଛନ୍ତି।

ବାପା-ମା’ କାମ କରି ପେଟ ପୋଷୁ ଥିବା ବେଳେ ଏଇ ଶୈଶବ ପିଲା ଦୁଇଟି ବିଚରା ଦିନ ତାମମା ସେଠାରେ ରହୁଛନ୍ତି। ଧୂଳି ବାଲିରେ ଗଡୁଛନ୍ତି। ବାଲି ଉପରେ ଶୋଇ ଯାଉଛନ୍ତି। ପିଲା ଦୁଇଟିକୁ ଆଉ କେଉଁଠି ଛାଡି ଯିବୁ ବୋଲି କହନ୍ତି ସମା। ସକାଳ ହେଲେ ସେମାନଙ୍କୁ ସାଙ୍ଗରେ ନେଇ କାମକୁ ବାହାରି ଆସୁଛୁ। ଆମ ସହିତ କାମ ଜାଗାରେ ପଖାଳ ଭାତ ଖାଇ ସେଠାରେ ଶୋଇ ଯାଆନ୍ତି। ପୁଣି କାମ ସରିଲେ ଆମ ସହ ଫେରନ୍ତି। ଏଇ ଆଦିବାସୀ ଦମ୍ପତ୍ତିଙ୍କ ଶୈଶବ ପିଲା ଦୁଇଟିଙ୍କର ଜୀବନ କାହାଣୀ ଶୁଣିଲେ ଦୁଃଖ ଲାଗୁଛି। ସରକାରଙ୍କର ବିଭିନ୍ନ ଯୋଜନା ରହିଛି। ମାତ୍ର ଏଭଳି ଆଦିବାସୀ ପିଲାମାନଙ୍କୁ ରଖାଯାଇ ଉଚିତ୍ ଶିକ୍ଷାଦାନ ଓ ଲାଳନ ପାଳନ କଥା କଣ ସରକାର ବୁଝି ପାରନ୍ତେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe