Image Courtesy of News18
ଦେବଗଡ଼: ଗରମ ଭାତ ଡେକଚିରେ ପଡି ଶିଶୁ କନ୍ୟା ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ ପୌରାଞ୍ଚଳ ମ୍ୟୁନିସିପାଲଟି ସାହିରେ। ମୃତ ଶିଶୁ କନ୍ୟା ହେଲେ ମାନସ ରାଓଙ୍କ ଦୁଇ ବର୍ଷୀୟ ଝିଅ ରୁଦ୍ରାଣୀ ରାଓ।ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଶିଶୁ କନ୍ୟାର ଜେଜେମା ଗରମ ରନ୍ଧା ଭାତ ଚଟାଣରେ ରଖିଥିବା ବେଳେ ଅସାବଧାନତା ବଶତଃ ଶିଶୁ କନ୍ୟାଟି ଡେକଚି ମଧ୍ୟରେ ପଡି ଯାଇଥିଲା। ଫଳରେ ଶିଶୁ କନ୍ୟା ର ଶରୀର ର ନିମ୍ନ ଭାଗ ପୋଡିଯାଇ ଫୋଟକା ହୋଇଯାଇଥିବା ବେଳେ ଗୁରୁତର ଅବସ୍ଥାରେ ପରିବାର ଲୋକ ତାଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଶୁକ୍ରବାର ସକାଳେ ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ବୁର୍ଲା ପୁଲିସ ମୃତ ଦେହ ବ୍ୟବଛେଦ ପରେ ପରିବାର ଲୋକକୁ ହସ୍ତାନ୍ତର କରିଛି।
Follow Us