ଲଳିତଗିରି ଶିଶୁପୁତ୍ରର ସନ୍ଦେହଜନକ ମୃତ୍ୟୁ ଘଟଣା, ୨୩ଦିନ ପରେ ବି ଆସିଲାନି ବ୍ୟବଚ୍ଛେଦ ରିପୋର୍ଟ

ଲଳିତଗିରି ଶିଶୁପୁତ୍ରର ସନ୍ଦେହଜନକ ମୃତ୍ୟୁ ଘଟଣା, ୨୩ଦିନ ପରେ ବି ଆସିଲାନି ବ୍ୟବଚ୍ଛେଦ ରିପୋର୍ଟ

ମାହାଙ୍ଗା: ମାହାଙ୍ଗା ଥାନା ଅଧୀନ ଲଳିତଗିରି ପଞ୍ଚାୟତ (ତାଳଗିରି) ଗ୍ରାମରେ ଜୁନ ୧୪ ତାରିଖ ରାତିରେ ଏକ ଶିଶୁପୁତ୍ର (୩ ବର୍ଷ)ର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ୨୩ ଦିନ ପରେ ବି ମୃତକଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିନପାରିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାନୁସାରେ ମୃତ ଶିଶୁର ବାପା ଦିଲ୍ଲୀପ ସ୍ବାଇଁ ରାଜ୍ୟ ବାହାରେ କାମ କରୁଥିବାବେଳେ ମା’ ନିବେଦିତା ଲଳିତଗିରି (ତାଳଗିରି) ଗ୍ରାମରେ ରହୁଥିଲେ। ଜୁନ ମାସରେ ନିବେଦିତା ପୁଅକୁ ସାଙ୍ଗରେ ନେଇ ବାପା ଘର (ଛତିଆ) କୁ ଯାଇଥିଲେ। ଜୁନ ୧୪ ତାରିଖରେ ବଡ଼ ବାପା ଅକ୍ଷୟ ସ୍ବାଇଁ ଓ ବଡ଼ ମା’ ବାସନ୍ତୀ ରାଉତ ଶିଶୁପୁତ୍ରକୁ ଲଳିତଗିରି ଆଣିଥିଲେ। ୧୫ ତାରିଖ ସକାଳେ ଶିଶୁପୁତ୍ର ଖଟ ତଳେ ପଡ଼ିଥିବା ଦେଖିବାକୁ ପାଇ ପ୍ରଥମେ ନଡ଼ିଆସାହାସପୁର ପରେ ମାହାଙ୍ଗା ସିଏଚ୍‌ସିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

କିନ୍ତୁ ବଡ଼ ବାପା ଓ ବଡ଼ ମା’ ଶିଶୁପୁତ୍ରକୁ ହତ୍ୟା କରିଥିବା ନେଇ ଶିଶୁର ମା’ ନିବେଦିତା ଗଣମାଧ୍ୟମରେ ଅଭିଯୋଗ କରିବା ସହ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମାହାଙ୍ଗା ଥାନାରେ ଅପମୃତ୍ୟୁ ମାମାଲା ରୁଜୁ ହୋଇଥିବା ବେଳେ ହତ୍ୟା ଅଭିଯୋଗ ଉପରେ କୌଣସି ମାମଲା ରୁଜୁ କରାଯାଇନଥିବା ଅଭିଯୋଗ ହୋଇଛି। ଏନେଇ ଭାରପ୍ରାପ୍ତ ଥାନା ଅଧିକାରୀ ତପନ ନାୟକଙ୍କୁ ଯୋଗାଯୋଗ କରିବାରୁ, ଶିଶୁପୁତ୍ର ମା’ର ଅଭିଯୋଗ କ୍ରମେ ଅପମୃତ୍ୟୁ ମାମଲା ରୁଜୁ କରିଛୁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସାମ୍‌ନାକୁ ଆସିବ ବୋଲି କହିଥିଲେ। ଏହି ମୃତ୍ୟୁ ଘଟଣାକୁ ରଫାଦଫା କରବିା ପାଇଁ ସେ ସମୟରେ ବିଭିନ୍ନ ମହଲରେ ଉଦ୍ୟମ କରାଯାଇଥିଲା। ମାହାଙ୍ଗା ମେଡିକାଲରେ ମୃତ ଶିଶୁର ଶବ ପ୍ରାୟ ୮ ଘଣ୍ଟାରୁ ଅଧିକ ସମୟ ପଡ଼ିରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe