ବଲ୍‌ ଖେଳୁଖେଳୁ ଘର ନିଅଁରେ ପଡ଼ି ଶିଶୁ ମୃତ

Advertisment
ବଲ୍‌ ଖେଳୁଖେଳୁ ଘର ନିଅଁରେ ପଡ଼ି ଶିଶୁ ମୃତ

ସମ୍ବଲପୁର: ସମ୍ବଲପୁରସ୍ଥିତ ଶାନ୍ତିନଗରରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଦେଖା ଦେଇଛି। ଘରର ନିଅଁରେ ପଡ଼ି ୧୨ବର୍ଷ ଶିଶୁର ମୃତ୍ୟୁ ହୋଇଛି।

publive-image

ସୂଚନାଯୋଗ୍ୟ, ଶାନ୍ତିନଗର ଅଞ୍ଚଳରେ ରହୁଥିବା ଜଙ୍ଗଲବିଭାଗ ଅଧିକାରୀ ରାଜା କିଶୋଇ ଭୋଈଙ୍କ ପୁଅ ସୁଭ୍ରମ ଭୋଈ ଗତ କାଲି ସନ୍ଧ୍ୟାରେ ନିଖୋଜ ଥିଲା। ରାତି ହେବାରୁ ପୁଅ ଘରକୁ ଫେରି ନଥିଲା ଏନେଇ ପରିବାରଲୋକ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଖୋଜାଖୋଜି ଆରମ୍ଭ କରିଥିଲେ ହେଁ କୌଣସି ସୂଚନା ମିଳିପାରି ନଥିଲା। ତେବେ କିଶୋର ଭୋଈ ଶାନ୍ତିନଗର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ସେହି ଭଡ଼ା ଘର ପଛପଟେ ଏକ ବିଲଡିଂ ନିର୍ମାଣ ହେବା ପାଇଁ ନିଅଁ ଖୋଳା ଯାଇଥିଲା। ସେହି ପାଖରେ ଥିବା ଏକ ଘରେ ସିସିଟିଭି ଲାଗିଥିଲା। ବୁଧବାର ସେହି ସିସିଟିଭି ଯାଞ୍ଚ କରିବା ସମୟରେ ଜଣାପଡ଼ିଥିଲା କି ମୃତ ସୁଭ୍ରମ କାଲି ସନ୍ଧ୍ୟାରେ ବଲ ଖେଳୁଥିବା ସମୟରେ ବଲ୍‌ଟି ସେହି ନିଅଁ ପାଖରେ ପଡ଼ିଯାଇଥିଲା। ବଲଟିକୁ ଆଣିବାକୁ ଯିବା ସମୟରେ ସୁଭ୍ରମର ଗୋଡ଼ ଖସି ଯିବାରୁ ଏବଂ ସେହି ନିଅଁ ଭିତରେ ପଡ଼ି ଯାଇଥିଲା । ପାଣି ଅଧିକ ଥିବାରୁ ବାହାରକୁ ବାହାରି ନପାରି ଅଣନିଶ୍ୱାସ ହୋଇ ସୁଭ୍ରମର ମୃତ୍ୟୁ ଘଟିଛି ବୋଲି ସିସିଟିଭି ଫୁଟେଜରୁ ଅନୁମାନ କରାଯାଉଛି। ଆଜି ଅପରାହ୍ନରେ ପାଣି ବାହାର କରିବା ପମ୍ପ ସାହାଯ୍ୟରେ ନିଅଁରୁ ପାଣି ବାହାର କରିବା ପରେ ସୁଭ୍ରମକୁ ସେଠାରୁ ଉଦ୍ଧାର କରିଯାଇଥିଲା।

ମୃତ ସୁଭ୍ରମ ଶାନ୍ତିନଗର ନିକଟସ୍ଥ ଭୀମଭୋଈ ଅଞ୍ଚଳରେ ଥିବା ଶିଶୁମନ୍ଦିର ଦ୍ୱିତୀୟ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe