ବର୍ଷା ଜଳ ହେଲା କାଳ: ଖାଲରେ ପଡ଼ି ଶିଶୁପତ୍ର ମୃତ

Advertisment
ବର୍ଷା ଜଳ ହେଲା କାଳ: ଖାଲରେ ପଡ଼ି ଶିଶୁପତ୍ର ମୃତ

Stop Ahogamientos

ଯାଜପୁର: ମଙ୍ଗଳପୁର ଥାନା ଇଜାପୁର ପଞ୍ଚାୟତ ଇଜାପୁର ଗ୍ରାମରେ ବର୍ଷା ଜଳ କାଳ ହୋଇଛି। ଘର ପାଖରେ ଜମି ରହିଥିବା ବର୍ଷାଜଳରେ ପଡ଼ି ଶିଶୁ ପୁତ୍ରର ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ବିଂଝାରପୁର ଥାନା  ଘଣ୍ଟିଆଳି ପଞ୍ଚାୟତ କାଜିବାଗ୍‌ ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ପୁଅ ପୁଷ୍ପକ(୬) ମା’ ସହ ନିଜର ମାମୁ ଘର ଇଜାପୁର ଗ୍ରାମକୁ ବୁଲିବାକୁ ଯାଇଥିଲା।  ତେବେ ଆଜି ଭଣଜା କଥା ମୁତାବକ ମାମୁ ବଜାରରୁ ଆମ୍ବ କିଣିକି ଆଣି ଭଣଜାକୁ ଖାଇବାକୁ ଦେଇଥିଲେ। ଏହାପରେ ଭଣଜା ଖୁସିରେ ଘର ବାରଣ୍ଡାରେ ଅନ୍ୟ ଛୋଟ ପିଲାଙ୍କ ସହ ଖେଳୁଥିଲା। ପରେ ମାମୁ  ବିଲକୁ ହଳ କରିବାକୁ ଚାଲିଯାଇଥିଲେ।

ତେବେ ଘର ଲୋକଙ୍କ ସାମାନ୍ୟ ଅନ୍ୟ ମନସ୍କତା ଯୋଗୁ  ପିଲାଟି ଘର ନିକଟରେ ଥିବା ଏକ ଖାଲରେ ପଡି ଯାଇଥିଲା। ପୂର୍ବରୁ ଉକ୍ତ ଖାଲରେ ବର୍ଷା ପାଣି ଜମି ରହିଥିବାରୁ  ପିଲାଟି ସେଥିରେ ବୁଡି ଯାଇଥିଲା। ପରିବାର ଲୋକ ପୁଅକୁ ନ ପାଇବାରୁ ଅନେକ ଖୋଜାଖୋଜି କରିଥିଲେ। ବହୁ ଖୋଜାଖୋଜି କରିବା ପରେ ଗ୍ରାମବାସୀ ପୁଅକୁ ଉକ୍ତ ଖାଲରୁ ଉଦ୍ଧାର କରି ସିଧା ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ହେଲେ ଡାକ୍ତର ପୁଷ୍ପକକୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe