ଚାଇଲ୍ଡ ଫ୍ରେଣ୍ଡଲି ଥାନା ଉଦଘାଟିତ

Advertisment
ଚାଇଲ୍ଡ ଫ୍ରେଣ୍ଡଲି ଥାନା ଉଦଘାଟିତ

Sambad

ମାଲକାନଗିରି: ମାଲକାନଗିରି ଆଦର୍ଶ ଥାନା ପରିସରରେ ଆଜି ଚାଇଲ୍ଡ ଫ୍ରେଣ୍ଡଲି ଥାନା ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଉପସ୍ଥିତ ରହି ଏହି ଥାନାକୁ ଉଦଘାଟିତ କରିଥିଲେ। ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଲୋକେ ଏଠାରେ ବିଶ୍ରାମ ନେବା ସହ ନିଜକୁ ସୁରକ୍ଷିତ ମନେ କରିବେ। ଏହି ଥାନାରେ ସେମାନେ ବିଶ୍ରାମ ନେବା ସହ ନିଜର ଅଭିଯୋଗକୁ ଜଣାଇବେ। ପୁଲିସ ତରଫରୁ ଅଭିଯାଗକାରୀ ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ। ସେମାନେ ଯେମିତି ଭୟ ଏବଂ ଆତଙ୍କିତ ନ ହୋଇ ପୁଲିସ ସହ ଚିନ୍ତାମୁକ୍ତ ହୋଇ ଆଲୋଚନା କରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି।

publive-image Sambad

ପୁଲିସ ଏବଂ ଅଭିଯୋଗକାରୀ ମାନଙ୍କ ମଧ୍ୟରେ କିପରି ସୁସମ୍ପର୍କ ସ୍ଥାପନ ହେବ ଏହି ଥାନାର କର୍ତ୍ତବ୍ୟ ବୋଲି କୁହାଯାଇଛି। ନିଜ ପିଲା ଛୁଆଙ୍କୁ ନେଇ ଆସୁଥିବା ମହିଳା ବା ପୁରୁଷ ଏଠାରେ ବିଶ୍ରାମ ନେବା ସହ ପୁଲିସକୁ ନିଜର ଦୁଃଖ ଜଣାଇପାରିବେ। ଏହି କାର୍ଯ୍ୟକ୍ରମରେ ଏସପି ନୀତିଶ ଵାଧଵାନୀ, ଅତିରିକ୍ତ ଏସପି ବଳଭଦ୍ର ଦୀପ, ଆଇଆଇସି ରିଗାନ କିଣ୍ଡୋ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe