ପ୍ଲାଷ୍ଟିକ ପେଁକାଳି ଗିଳି ଶିଶୁ ମୃତ

Advertisment
ମାଲବାହୀ ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ

The Hans India

ଆନନ୍ଦପୁର: ଘସିପୁରା ବ୍ଲକ୍ ଅନ୍ତର୍ଗତ ଅର୍ଜୁନବଣିଆ ଗାଁରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା। ପ୍ଲାଷ୍ଟିକ୍ ପେଁକାଳି ଗିଳି ଦେବାରୁ ଜଣେ ୪ ବର୍ଷର ଶିଶୁଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଏହି ଘଟଣା ଆଜି ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଗାଁର ମନୁ ନାଇକଙ୍କ ୪ ବର୍ଷର ପୁଅ ସନୁ ଘରେ ଏକ ପ୍ଲାଷ୍ଟିକ ପେଁକାଳି ଧରି ଖେଳୁଥିଲା। କିଛି ସମୟ ପରେ ମା' ଆସି ଦେଖିବା ବେଳକୁ ସନୁ ଅଚେତ ହୋଇପଡିଛି। ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଆନନ୍ଦପୁର ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ସନୁକୁ ମୃତ ଘୋଷଣା କରିଥିଲେ। ପ୍ଲାଷ୍ଟିକ ପେଁକାଳିଟି ସନୁ ଗିଳି ଦେଇଥିବାରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe