ଝାରସୁଗୁଡ଼ା (ପ୍ରଶାନ୍ତ ମିଶ୍ର): କୁହାଯାଇଥାଏ ଆଜିର ଶିଶୁ ଆଗାମୀ ଦିନର ଭବିଷ୍ୟତ। ଦାରିଦ୍ର୍ୟତା, ଅଶିକ୍ଷା ତଥା ବେରୋଜଗାର ଶିଶୁଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଇଥାଏ। ଝାରସୁଗୁଡ଼ା ଜିଲ୍ଲା ଏକ ଶିଳ୍ପସମୃଦ୍ଧ ଜିଲ୍ଲା ହୋଇଥିବା ବେଳେ ଏଠାରେ ଥିବା ରେଳ ଜଙ୍କସନ ତଥା ସୀମାନ୍ତ ଅଞ୍ଚଳ ହୋଇଥିବା ଦୃଷ୍ଟିରୁ ଏଠାରେ ପ୍ରତିମାସ ବିଭିନ୍ନ ପ୍ରକାର ଶିଶୁ ସଂପର୍କିତ ମାମଲା ଆସିଥାଏ।
ଏକ ସର୍ବେକ୍ଷଣରୁ ଜଣାଯାଏ ଯେ, ଝାରସୁଗୁଡ଼ା ଜିଲ୍ଲାରେ ଶିଶୁ ସଂପର୍କିତ ମାମଲା ରାଜ୍ୟର ସବୁଠାରୁ ବେଶୀ ସଂଖ୍ୟାରେ ପଞ୍ଜିକରଣ ହୋଇଥାଏ। ସରକାରୀ ବିଧି ବ୍ୟବସ୍ଥା ଅନୁସାରେ ଶିଶୁ ସୁରକ୍ଷା ପାଇଁ ଅନେକ ଗୁଡ଼ିଏ ଆଇନ ପ୍ରଣୟନ କରାଯାଇଛି। ଏହି ଆଇନ ଗୁଡ଼ିକ ସୁପରିଚାଳନା ଓ ବ୍ୟବସ୍ଥିତ କରିବା ପାଇଁ ଜିଲ୍ଲାସ୍ତରରେ ଚାଇଲ୍ଡ ଲାଇନ୍, ଶିଶୁ ମଙ୍ଗଳ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ କାର୍ଯ୍ୟ କରୁଛି। ଏଥିପାଇଁ ଜେ.ଜେ. ଆକ୍ଟ, ପୋକ୍ସୋ ଆକ୍ଟ, ବାଲ୍ୟ ବିବାହ ନିଷେଧ ଆଇନ, ଶିଶୁ ଶ୍ରମିକ ନିଷେଧ ଆଇନ, ଅନେତିକ ଶିଶୁ ଚାଲାଣ ନିରୋଧ ଆଇନ, ଆରଟିଇ, ପୌଷ୍ୟ ସନ୍ତାନ ଗ୍ରହଣ ଆଇନ ଭଳି ଆଇନ କାର୍ଯ୍ୟକାରୀ ହୋଇଥାଏ।
ମହାମାରୀ କରୋନା ପାଇଁ ଲକ୍ଡାଉନ୍ ହୋଇଥିବା ସମୟରେ ମଧ୍ୟ ଏଠାରେ ରେକର୍ଡ଼ ସଂଖ୍ୟକ ମାମଲା ହସ୍ତଗତ ହୋଇଥିଲା। ପୀଡ଼ିତ, ଅସହାୟ, ନିର୍ଯାତିତ ଓ ଅବହେଳିତ ଶିଶୁଙ୍କୁ ଚାଇଲ୍ଡ ଲାଇନ୍ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନ କରିଥାଏ। ଶିଶୁ ମଙ୍ଗଳ କମିଟି ଏହି ମାମଲା ଶୁଣାଣି କରିବା ପରେ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିଥାଏ। ଜିଲ୍ଲାସ୍ତରରେ ଥିବା ଶିଶୁ ସୁରକ୍ଷା ବିଭାଗ ଶିଶୁ ସୁରକ୍ଷା ଆଇନଗୁଡ଼ିକର କାର୍ଯ୍ୟକାରୀତା ସହିତ ଶିଶୁ ଯତ୍ନ, ସର୍ଭେ, ସଚେତନତା ଉପରେ କାର୍ଯ୍ୟ କରିଥାଏ। ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନ ମାମଲା ବେଶୀ ସଂଖ୍ୟାରେ ହୋଇଥାଏ। ଏହା ବ୍ୟତୀତ ଶିଶୁ ସ୍ୱାସ୍ଥ୍ୟ, ଶିଶୁ ଶ୍ରମିକ, ଶିଶୁ ସହାୟତା, ବାଲ୍ୟ ବିବାହ, ଶିଶୁ ଯୌନ ଉତ୍ପିଡ଼ନ ଭଳି ମାମଲାର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଏହା ଉପରେ ଉପରୋକ୍ତ ବ୍ୟବସ୍ଥା ନିୟନ୍ତ୍ରିତ କରିବାକୁ ଉଦ୍ୟମ କରି ଆସୁଛି।
ଗତ ଚରି ବର୍ଷରେ ଜିଲ୍ଲାରେ ଉପରୋକ୍ତ ଶିଶୁ ସଂପର୍କିତ ମାମଲାର ତଥ୍ୟ ଅନୁଯାୟୀ ୨୦୧୬-୧୭ରେ ୩୦୩ ମାମଲା, ୨୦୧୭-୧୮ରେ ୩୩୩ ମାମଲା, ୨୦୧୮-୧୯ରେ ୪୭୭ ମାମଲା ଏବଂ ୨୦୧୯-୨୦ ରେ ୫୯୧ ମାମଲା ପଞ୍ଜିକୃତ ହୋଇଛିଯ ଏଥିରେ ଚାରି ବର୍ଷରେ ଶିଶୁ ଶ୍ରମିକ ମାମଲା ୨୨୨ ଟି ରେକର୍ଡ଼ ହୋଇଥିବା ବେଳେ ୪୧ ଗୋଟି ଶିଶୁ ଯୌନ ଉତ୍ପିଡ଼ନ ମାମଲା ହୋଇଛି।
ବାଳିକା ଯୌନ ଶୋଷଣ ଉଦ୍ବେଗଜନକ
ଝାରସୁଗୁଡ଼ା ଜିଲ୍ଲାରେ ଶିଶୁ ସୁରକ୍ଷା ସଂପର୍କିତ ମାମଲା ବୃଦ୍ଧିର ଏକାଧିକ କାରଣ ରହିଛି। ଝାରସୁଗୁଡ଼ାରେ ରେଳ ଜଙ୍କସନ ଥିବାରୁ ଦେଶର ବିଭିନ୍ନ ସ୍ଥାନକୁ ରେଳ ସଂଯୋଗର ସୁବିଧା ରହିଛି। ଫଳରେ ବାହାର ରାଜ୍ୟର ଶିଶୁ ଏଠାକୁ ପଳାଇ ଆସୁଥିବା ବେଳେ ପ୍ରତିମାସ ଏମାନଙ୍କୁ ଏଠାରୁ ଉଦ୍ଧାର କରାଯାଉଛି। ଶିଳ୍ପାୟନ ଯୋଗୁଁ ଜୀବନଜୀବିକାର ମାର୍ଗ ମଧ୍ୟ ଅନେକ ବହିରଗତଙ୍କୁ ଏଠାକୁ ଟାଣି ଆଣିଥାଏ। ଯେଉଁମାନେ ଏଠାରେ ଛୋଟମୋଟ କାମ କରିଥାନ୍ତି ଓ ଶିଶୁ ଶ୍ରମିକ ନିଯୁକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ବିଶେଷ କରି ବାଳିକା ଯେନ ଶୋଷଣ ବିଶେଷ ଭାବରେ ବୁଥିବା ଚିନ୍ତାର ବିଷୟ ହୋଇଛିଯ ସଚେତନତାର ଅଭାବ ସାଙ୍ଗକୁ ମାନସିକ ଅପରିପକ୍ୱତା ମଧ୍ୟ ଏହାର କାରଣ ଅଟେ।
-ଆନନ୍ଦିନୀ ପାଢ଼ୀ, ଅଧ୍ୟକ୍ଷ, ଶିଶୁ ସୁରକ୍ଷା କମିଟିପରବର୍ତ୍ତି ଯତ୍ନ କେନ୍ଦ୍ର ଓ ଭୋକେସନାଲ ଟ୍ରେନିଂ ଆବଶ୍ୟକ
୨୦୦୯ ମସିହାରେ ଶିଶୁ ମଙ୍ଗଳ କମିଟି ଓ ୨୦୧୩ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆରମ୍ଭ ହେଲାପରେ ଜିଲ୍ଲାରେ ଶିଶୁ ଯତ୍ନ, ଶିଶୁ ସୁରକ୍ଷା, ବାଲ୍ୟ ବିବାହ ନିରୋଧ, ଥଇଥାନ, ପେଷ୍ୟସନ୍ତାନ ଗ୍ରହଣ ବ୍ୟବସ୍ଥତି ଙ୍ଗରେ କରାଯାଇ ଆସୁଛି। ୨୦୧୭ ମସିହାରୁ ଜିଲ୍ଲାରେ ପୌଷ୍ୟ ସନ୍ତାନ ଗ୍ରହଣକେନ୍ଦ୍ରର ମାନ୍ୟତା ମିଳିବା ପରେ ୯ ଜଣ ଶିଶୁଙ୍କୁ ପୌଷ୍ୟ ସନ୍ତାନ ଭାବରେ ପ୍ରଦାନ କରାଯାଇଛି। ଏହି କେନ୍ଦ୍ରର ଅନେକ ପୌଷ୍ୟ ସନ୍ତାନ ଦେଶ ବାହାରେ ରହୁଛନ୍ତି। ସେଲଟର ହୋମ୍, ପୌଷ୍ୟସନ୍ତାନ କେନ୍ଦ୍ର, ବିଭିନ୍ନ ସଚେତନତା ପାଇଁ ଉଦ୍ୟମ ଜାରି ରହିଛି। ତେବେ ଜିଲ୍ଲାରେ ବାଳ ଅପରାଧ ସଂଖ୍ୟା ବୁଥିବା ଦୃଷ୍ଟିରୁ ଏଠାରେ ପରବର୍ତ୍ତି ଯତ୍ନ କେନ୍ଦ୍ର ଏବଂ ଭୋକେସନାଲ ଟ୍ରେନିଂ ସେଣ୍ଟର କରାଯାଇ ୧୮ ବର୍ଷର କମ୍ ବୟସ ଶିଶୁଙ୍କୁ ତାଲିମ ଦିଆଯାଇ ତାଙ୍କୁ ଅପରାଧିକ କାର୍ଯ୍ୟରୁ ନିବୃତ କରାଯାଇ ପାରନ୍ତା।
-ସୁନନ୍ଦ ମହାରଣା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀସଚେତନତାର ଅଭାବ ରହୁଛି
ଝାରସୁଗୁଡ଼ା ଜିଲ୍ଲାରେ ବହୁମାତ୍ରାରେ ପ୍ରବାସୀ ମାନେ ରହୁଥିବାରୁ ଏବଂ ସେମାନଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁ ଶିଶୁ ମାନଙ୍କୁ ଠିକ୍ ଭାବରେ ଯତ୍ନ ଓ ସୁରକ୍ଷା ଦେଇ ପାରୁନାହାନ୍ତି। ଶିଶୁ ମାନଙ୍କ ଉପରେ ପାଶବିକ ଅତ୍ୟାଚାର ବିବି ଚାଲୁଛିଯ ଚାଇଲ୍ଡ ଲାଇନ୍ ପକ୍ଷରୁ ପ୍ରତିଦିନ ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଶିଶୁ ମାନଙ୍କୁ ବିପଦରୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନ କରାଯାଇ ଥଇଥାନର ବ୍ୟବସ୍ଥା କରାଯାଉଛି। ଶିଶୁ ସୁରକ୍ଷା ଏବଂ ଶିଶୁ ଅଧିକାର କାର୍ଯ୍ୟରେ ଚାଇଲ୍ଡ ଲାଇନ୍ ୨୪ ଘଣ୍ଟା ତତ୍ପର ରହିଛିଯ ଦେଶବ୍ୟାପୀ ଥିବା ମାଗଣା ଚାଇଲ୍ଡ ଲାଇନ ଫୋନ୍ ସେବା ୧୦୯୮କୁ ବିଭିନ୍ନ ପ୍ରକାର ଶିଶୁ ମାମଲା ଆସୁଛି।
-ଆଶିଷ କୁମାର ପଣ୍ଡା, ସଂଯୋଜକ, ଚାଇଲ୍ଡ ଲାଇନ୍
Follow Us