ଶିଶୁ ଶ୍ରମିକ ସର୍ଭେ ନିର୍ଦେଶ:୨୦୧୨ ସର୍ଭେରେ ୧୦,୩୪୦ ଶିଶୁ ଶ୍ରମିକ

୧୦ ଦିନରେ ୫ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଫେରାଇବ ୟୁପି

ସମ୍ବଲପୁର: ଶିଶୁ ଶ୍ରମିକ ଚିହ୍ନଟ ସର୍ଭେ ପାଇଁ ନିର୍ଦେଶ ଦେଇଛି କେନ୍ଦ୍ର। ଏଥିପାଇଁ ଅର୍ଥ ବ୍ୟବସ୍ଥା ପରେ ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା କାର୍ଯ୍ୟାରମ୍ଭ ହେବାର ସମ୍ଭାବନା ରହିଥିବା କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ କୃଷ୍ଣମୋହନ ରାଉତ। ଶ୍ରୀ ରାଉତ କହିଛନ୍ତି, ଶିକ୍ଷା ଅଧିକାର ଆଇନରେ ୫ ବର୍ଷରୁ ୧୪ ବର୍ଷ ମଧ୍ୟରେ ପ୍ରତ୍ୟେକ ଶିଶୁଙ୍କୁ ନିଃଶୁଳ୍କ ଶିକ୍ଷାଦାନର ବ୍ୟବସ୍ଥା ରହିଛି। ଏହା ସତ୍ତ୍ୱେ ମଧ୍ୟ କିଛି ଶିଶୁ ଶ୍ରମିକ ହୋଇଥିଲେ ସେମାନଙ୍କୁ ଚିହ୍ନଟ କରାଯିବ। ସର୍ଭେ ସମାପ୍ତ ପରେ ଶିଶୁ ଶ୍ରମିକଙ୍କ ଥଇଥାନ ନେଇ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

ଅନ୍ୟଦିଗରେ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ସତ୍ତ୍ୱେ ମଧ୍ୟ ଶିଶୁ ଶ୍ରମିକ ଆଜିବି ଉଜ୍ଜୀବିତ ରହିଛି। ସିଟି ଷ୍ଟେସନ କିମ୍ବା କ୍ଷେତରାଜପୁର ଷ୍ଟେସନ। ଜୀବନକୁ ବିପଦରେ ପକାଇ ରେଳ ଧାରଣାରେ କୋଇଲା ସଂଗ୍ରହ କରୁଥିବା ୮ରୁ ୧୨ ବର୍ଷିୟ ପର୍ଯ୍ୟନ୍ତ ଶିଶୁଙ୍କ ଅଭାବ ନାହିଁ। ଏମାନଙ୍କ ମଧ୍ୟରେ ସ୍କୁଲ ୟୁନିଫର୍ମ ପିନ୍ଧା ଛାତ୍ରଛାତ୍ରୀ କୋଇଲା ଭିତରୁ ସେମାନଙ୍କ ଜୀବନ ଖୋଜନ୍ତି। କେତେବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରେନ ସେମାନଙ୍କ ଉପରେ ମାଡ଼ି ଯିବା ନେଇ ଭୟ ସୃଷ୍ଟି ହୁଏ। ସହରରେ ଏହିଭଳି ସ୍ଥିତି ଥିବାବେଳେ ବ୍ଲକମାନଙ୍କର ଅବସ୍ଥା କଣ ଥିବ ଅନୁମାନ କରାଯାଇ ପାରେ। ଯୁଜୁମୁରାରେ କାଠ ସଂଗ୍ରହ, ନାକ୍ଟିଦେଉଳ, ରେଢାଖୋଲରେ କେନ୍ଦୁପତ୍ର, ମହୁଲ ପତ୍ର ସଂଗ୍ରହ, ରେଙ୍ଗାଲିରେ ବିଡ଼ି ପତ୍ର ତିଆରିରେ ଅଧିକାଂଶ ନାବାଳକ ନିଯୁକ୍ତ ଥାଆନ୍ତି।

ସହରର ବସ୍ତି ଅଞ୍ଚଳର ଘରେ, ହୋଟେଲ, ଦୋକାନ ସମେତ କିଛି ଇଟା ଭାଟି ଭଳି ବିପଦଜନକ ସ୍ଥାନରେ ଶିଶୁ ଶ୍ରମିକଙ୍କ ନିଯୁକ୍ତି ଉଣା ନୁହେଁ। ସେମାନଙ୍କ ଥଇଥାନ ପାଇଁ ଶିଶୁ ଶ୍ରମିକ ପ୍ରକଳ୍ପ ଅନ୍ତର୍ଗତରେ ଶିଶୁ ଶ୍ରମିକ ସ୍କୁଲ ଖୋଲା ଯାଇଥିଲା। ଚିହ୍ନଟ ଶିଶୁ ଶ୍ରମିକମାନଙ୍କୁ ଏହି ସ୍କୁଲକୁ ପଠାଯାଏ। ସେମାନଙ୍କ ପାଠପଢା ଗୋଟିଏ ସ୍ତର ପର୍ଯ୍ୟନ୍ତ ପହଞ୍ଚିଗଲେ, ସାଧାରଣ ସ୍କୁଲକୁ ପଠାଯାଏ। ମାତ୍ର ଏହି ଶିଶୁ ଶ୍ରମିକମାନଙ୍କ ରହିବା ପାଇଁ ବ୍ୟବସ୍ଥା ନଥିବାରୁ, ଚିହ୍ନଟ ଶିଶୁ ଶ୍ରମିକମାନଙ୍କୁ ଘରକୁ ପଠାଇ ଦେଲେ, ସେମାନେ ପୁଣି କାର୍ଯ୍ୟକ୍ଷେତ୍ରକୁ ଫେରି ଯାଉଥିଲେ। ଏସବୁ ସତ୍ତ୍ୱେ ମଧ୍ୟ ଶିଶୁ ଶ୍ରମିକ ପ୍ରକଳ୍ପରେ ପଢିଥିବା ଅନେକ ଶିଶୁ ସଫଳତାର ସହ ନିଜ ପାଠପଢା ସଂପନ୍ନ କରିଛନ୍ତି। ୨ ବର୍ଷ ହେଲା, ଶିଶୁ ଶ୍ରମିକ ଥଇଥାନ ପାଇଁ କୌଣସି ପଦକ୍ଷେପ ନିଆନଯିବାରୁ ପୂର୍ବର ସୃଷ୍ଟି ସମସ୍ୟା ଆହୁରି ଜଟିଳ ଆକାରଣ ଧାରଣ କରାଥିବା କୁହାଯାଉଛି।
ସ୍କୁଲରୁ ବଞ୍ଚିତ ହେବାରେ ଝିଅ ବେଶି
ସ୍କୁଲ ଯାଉନଥିବା ଶିଶୁଙ୍କ ମଧ୍ୟରେ ଝିଅମାନଙ୍କ ସଂଖ୍ୟା ସର୍ବାଧିକ ରହିଛି। ୨୦୧୨ର ସର୍ଭେ ଅନୁସାରେ, ୧୦,୩୪୦ ପାଠ ପଢିନଥିବା ଶିଶୁ ମଧ୍ୟରୁ ୫୭୮୨ ଝିଅ ଏବଂ ୪୫୫୮ ପୁଅ ଅଛନ୍ତି। ଏଥିରେ ୯ରୁ ୧୪ ବର୍ଷ ବୟସ୍କ ଶିଶୁଙ୍କ ସଂଖ୍ୟା ୯୩୫୪ ଏବଂ ୬ରୁ୮ ବର୍ଷ ବୟସ୍କଙ୍କ ସଂଖ୍ୟା ୯୮୬ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe