ନାବାଳିକା ବିବାହ ବନ୍ଦ କଲା ଚାଇଲ୍ଡଲାଇନ, ବରକୁ ଥାନାକୁ ଉଠାଇଲା ପୁଲିସ

Advertisment
ନାବାଳିକା ବିବାହ ବନ୍ଦ କଲା ଚାଇଲ୍ଡଲାଇନ, ବରକୁ ଥାନାକୁ ଉଠାଇଲା ପୁଲିସ

ରାଉରକେଲା: ନୂଆଗାଁ ବ୍ଲକ ଅନ୍ତର୍ଗତ ମେନମେନା ଗ୍ରାମରେ ଚାଲିଥିବା ନାବାଳିକା ବିବାହକୁ ବନ୍ଦ କରିଛି ଚାଇଲ୍ଡଲାଇନ। ବିଶ୍ରା ଦିଶା ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ଅବୁଲ କାଲାମ ଆଜାଦ୍, ଅମ୍ବର ଆଲାମ୍, ମନିଷା ଏକ୍କା, ନୂଆଗାଁ ବ୍ଲକ ଶିଶୁବିକାଶ ପ୍ରକଳ୍ପ କର୍ମଚାରୀ, ହାତୀବାରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଲିଥିବା ବିବାହକୁ ବନ୍ଦ କରିଥିଲେ। ପୁଲିସ ବରକୁ ଥାନାରେ ଅଟକ ରଖିଥିବାବେଳେ ନାବାଳିକାକୁ ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଛି। ଆସନ୍ତାକାଲି (ଶୁକ୍ରବାର) ଶିଶୁ ମଙ୍ଗଳ କମିଟି ନାବାଳିକାକୁ ହାଜର କରାଯିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଚାଇଲ୍ଡଲାଇନ୍ ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ ଗୁରୁଣ୍ଡିଆ ବର ସୁମନ୍ତ ସିଂ, ହାତ ଗଣତି କେଇଜଣ ବରଯାତ୍ରୀଙ୍କ ସହ ନୂଆଗାଁ ମେନ୍ମେନାର ନାବାଳିକା କନ୍ୟାଙ୍କ ଘରେ ପହଞ୍ଚିଥିଲେ। ନାବାଳିକା ବିବାହ ଚାଲିଥିବା ଜାଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିବାହ ବନ୍ଦ କରିବାକୁ ନାବାଳିକାଙ୍କ ପିତାମାତାକୁ ବୁଝାସୁଝା କରିଥିଲେ। ମାତ୍ର ନାବାଳିକା ପିତାମାତା ଗ୍ରାମବାସୀଙ୍କ କଥାକୁ ଗ୍ରହଣ ନ କରି ବିବାହ କାମ ଆରମ୍ଭ କରିଥିଲେ। ଗ୍ରାମବାସୀ ବାଧ୍ୟ ହୋଇ ଏସଂକ୍ରାନ୍ତରେ ଚାଇଲ୍ଡ ଲାଇନକୁ ସୂଚନା ଦେଇଥିଲେ। ସୂଚନା ପାଇ ଚାଇଲ୍ଡ ଲାଇନ ବିବାହ ସହ ଚାଲିଥିବା ଭୋଜିଭାତକୁ ବନ୍ଦ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe