ପରିଚୟବିହୀନ ୫୦ରୁ ଅଧିକ ମହ୍ଲାର ସମ୍ପ୍ରଦାୟ; ଜଙ୍ଗଲ-ଗଛମୂଳ ଭରସା

ପରିଚୟବିହୀନ ୫୦ରୁ ଅଧିକ ମହ୍ଲାର ସମ୍ପ୍ରଦାୟ; ଜଙ୍ଗଲ-ଗଛମୂଳ ଭରସା

Sambad

ନରସିଂହପୁର: ଭାରତ ସ୍ବାଧୀନ ହେବାକୁ ୭୩ ବର୍ଷ ବିତିଗଲାଣି। ଇତିମଧ୍ୟରେ ଦେଶର ଅନେକ ବିକାଶ ହେଲାଣି। ହେଲେ କଟକ ଜିଲ୍ଲାର ଉପାନ୍ତ ଅଞ୍ଚଳ ନରସିଂହପୁରର ଜଙ୍ଗଲାଞ୍ଚଳରେ ବସବାସ କରୁଥିବା ମହ୍ଲାର ସମ୍ପ୍ରଦାୟ ପାଖରେ ବିକାଶର ପାଦଚିହ୍ନ ଏଯାଏ ପଡ଼ି ପାରିନି। ଏମିତି କି ଉକ୍ତ ସମ୍ପ୍ରଦାୟର ୬ଟି ପରିବାରା ୫୦ରୁ ଅଧିକ ଲୋକଙ୍କ ପାଖରେ ନା’ ଅଛି ଭୋଟର ପରିଚୟପତ୍ର ନା’ ଅଛି ଆଧାର କାର୍ଡ। ପରିଚୟବିହୀନ ଅବସ୍ଥାରେ ଜଙ୍ଗଲରେ ଘୂରି ବୁଲୁଥିବା ଏବଂ ଗଛମୂଳେ ରାତି କାଟୁଥିବା ଏହି ଆଦିବାସୀ ସମ୍ପ୍ରଦାୟର ପିଲାମାନେ ବିଦ୍ୟାଳୟ ମୁହଁ ଦେଖି ନାହାନ୍ତି।

ନରସିଂହପୁର ବ୍ଲକ୍‌ ଉପକଣ୍ଠରୁ ବୁଢ଼ାବୁଢ଼ୀ ଠାକୁରାଣୀ ଦେଇ ଅନୁଗୁଳ ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ କିଛି ବାଟ ଗଲେ ପଡ଼େ ଚତରାପଦା। ସେଠାରୁ କିଛି ବାଟ ଜଙ୍ଗଲ ଭିତରକୁ ଗଲେ ଦେଖିବାକୁ ମିଳିବେ ଏହି ମହ୍ଲାର ସମ୍ପ୍ରଦାୟର ଆଦିବାସୀ। ଜଙ୍ଗଲଜାତ ଦ୍ରବ୍ୟ, ଚେରମୂଳି ସଂଗ୍ରହ କରି ଜୀବିକାନିର୍ବାହ କରନ୍ତି ସେମାନେ। ଉଭୟ ପୁରୁଷ ଓ ମହିଳା ମିଶି ଜୀବନଜୀବିକା ପାଇଁ ପ୍ରତିଦିନ ଜଙ୍ଗଲରେ ଏଣେତେଣେ ଘୂରି ବୁଲନ୍ତି। ଜଙ୍ଗଲଜାତ ଦ୍ରବ୍ୟ ବିକି ମିଳୁଥିବା ଅର୍ଥରେ ପରିବାର ଚଳେ। କୌଣସି ଦିନ କିଛି ନ ମିଳିଲେ ଉପବାସ ରହିବାକୁ ପଡ଼େ। ଅନେକ ସମୟରେ ଏହି ଆଦିବାସୀ ଠକାମିର ଶିକାର ‌ହୁଅନ୍ତି।

ଅସାଧୁ ବ୍ୟବସାୟୀ ସେମାନଙ୍କ ନିକଟରୁ ଅତି କମ୍‌ ଦରରେ ଜଙ୍ଗଲଜାତ ସାମଗ୍ରୀ ନେଇଯାଇ ବଜାରରେ ଚଢ଼ା ଦରରେ ବିକନ୍ତି। ଦୀର୍ଘ ୩୦ବର୍ଷ ଧରି ନରସିଂହପୁର ନିକଟବର୍ତ୍ତୀ ଜଙ୍ଗଲରେ ବସବାସ କରୁଥିବା ମହ୍ଲାର ସମ୍ପ୍ରଦାୟ ପାଖରେ ନା ଅଛି ଘର, ନା ଅଛି ଭାରତୀୟ ବୋଲି କୌଣସି ପରିଚୟ। ସେମାନେ ସମସ୍ତ ସରକାରୀ ଯୋଜନାରୁ ବି ବଞ୍ଚିତ ହୋଇ ରହିଛନ୍ତି। ଏହି ସମ୍ପ୍ରଦାୟର ଲୋକେ କେବେ ଭୋଟ ଦେଇ ନାହାନ୍ତି ବୋଲି କୁହନ୍ତ ଗ୍ରାମର ବିଜୟ ପ୍ରଧାନ। ଅପପୁଷ୍ଟିର ଶିକାର ହୋଇଥିବା ମହ୍ଲାର ପିଲାଏ ଜଙ୍ଗଲରେ ଏଣେତେଣେ ବୁଲୁଥିବା ଦେଖିବାକୁ ମିଳେ। କିଛି ଖାଦ୍ୟ ନ ମିଳିଲେ ଜଙ୍ଗଲରୁ ସଂଗୃହୀତ ଏକପ୍ରକାର କନ୍ଦ ଖାଇ ଜୀବନ କାଟୁଥିବା ସେମାନେ କୁହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe