ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚିତା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

Advertisment

Holiday Resort Puri

ପୁରୀ: ଚିତାଲାଗି ଅମାବାସ୍ୟା ଅବସରରେ ଶ୍ରୀମନ୍ଦିରରେ ଗୁରୁବାର ଚିତା ଲାଗି ନୀତି ଅନୁଷ୍ଠିତ ହେବ। ଏହି ଅବସରରେ ଶ୍ରୀମନ୍ଦିରରେ ସାଧାରଣ ଲୋକଙ୍କର ଠାକୁର ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ଶ୍ରୀଜିଉଙ୍କର ଏହି ସ୍ୱତନ୍ତ୍ର ନୀତି ପ୍ରଥମ ଭୋଗ ମଣ୍ଡପରେ ଅପରାହ୍ଣ ୨ ଟାରୁ ସଂଧ୍ୟା ୬ଟା ଯାଏଁ ଅନୁଷ୍ଠିତ ହେବ।

ଶ୍ରୀଜିଉ ମାନଙ୍କ ମଥାରେ ଲାଗୁଥିବା ‘ରତ୍ନ ଚିତା’କୁ ନେଇ ଶ୍ରୀମନ୍ଦିରରେ ଚିତା ଲାଗି ଅମାବାସ୍ୟା ପାଳନ ହୋଇଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଠାକୁରଙ୍କ ମଥାରୁ ପଞ୍ଚରତ୍ନରେ ନିର୍ମିତ ‘ରତ୍ନ ଚିତା’ ଓଲାଗୀ ହୋଇଥାଏ। ଠାକୁରଙ୍କ ମଥାରେ ସୋଲରେ ତିଆରି ଚିତାକୁ ଲଗାଇ ଦିଆଯାଇଥାଏ। ରଥଯାତ୍ରା ଶେଷ କରି ଶ୍ରୀଜିଉମାନେ ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି। ତେଣୁ ପୁଣି ଥରେ ସେହି ରତ୍ନ ଚିତାକୁ ଠାକୁରଙ୍କ ମଥାରେ ଲଗାଯିବ।

ନୀତି ଅନୁସାରେ ବଡ଼ ଠାକୁର ଶ୍ରୀଜଗନ୍ନାଥ ନୀଳ ଚିତା ପିନ୍ଧିବେ। ସେହିପରି ଦେବୀ ସୁଭଦ୍ରାଙ୍କର ମଥାରେ ନାଲି ଚିତା ଓ ବଳଭଦ୍ରଙ୍କ ମଥାରେ ଧଳା ଚିତା ଲାଗିବ। ଶ୍ରୀମନ୍ଦିରରେ ଚିତା ଲାଗି ଅମାବାସ୍ୟା ବ୍ୟତୀତ ଏହି ପର୍ବ ପାଳନ ଅବସରରେ ଓଡ଼ିଆ ଘରେ ଚିତାଉ ପିଠା ତିଆରି ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe