ଭୁଶୁଡ଼ିଲା କୋରାପୁଟର ଶତାୟୁ ଜେଇଏଲ୍ ଚର୍ଚ୍ଚ

Advertisment
ଭୁଶୁଡ଼ିଲା କୋରାପୁଟର ଶତାୟୁ ଜେଇଏଲ୍ ଚର୍ଚ୍ଚ

Sambad

କୋରାପୁଟ: କୋରାପୁଟରେ ଦୀର୍ଘଦିନ ଧରି କୋହଲା ପାଗ ସହ ବର୍ଷା ପ୍ରଭାବ ଜାରି ରହିଛି। ତା’ ସାଙ୍ଗକୁ ବିଜୁଳି ଓ ଘଡଘଡିର ପ୍ରକୋପ। ବଜ୍ରପାତରେ ଅନେକ ଧନ ଜୀବନ ନଷ୍ଟ ହୋଇଛି। ଗତକାଲି ରାତିରେ ପ୍ରବଳ ବର୍ଷା ସହ ଘଡଘଡି ହୋଇଥିଲା। ବର୍ଷା ସହ ବଜ୍ରପାତରେ ଅବିଭକ୍ତ କୋରାପୁଟର ସର୍ବ ପୁରାତନ ଚର୍ଚ୍ଚ ଗତକାଲି ବିଳମ୍ବିତ ରାତିରେ ଭୁଶୁଡି ଯାଇଛି। ୧୯୦୬ ମସିହାରେ ନିର୍ମିତ ଚର୍ଚଟିର ଛାତ ଭାଙ୍ଗି ଯାଇଛି ଓ କାନ୍ଥର ଆଂଶିକ ଭୁଶୁଡି ପଡିଛି। ପ୍ରାର୍ଥନା ଗୃହ କ୍ଷତିଗ୍ରସ୍ଥ ହୋଇଛି।

ଗତକାଲି ସନ୍ଧ୍ୟାରୁ କୋରାପୁଟ ସହରରେ ପ୍ରବଳ ବର୍ଷା ଓ ଘଡଘଡି ହୋଇଥିଲା। ଏହାର ପ୍ରଭାବରେ ଗତକାଲି ମଧ୍ୟରାତ୍ରିରେ ୧୨୫ ବର୍ଷ ପୁରୁଣା ଚର୍ଚ୍ଚ ଭାଙ୍ଗି ଯାଇଛି। ଏହା ଯୋଗୁଁ ରବିବାର ଅନୁଷ୍ଠିତ ହେବାକୁ ଥିବା ପ୍ରାର୍ଥନାରେ ବ୍ୟାଘାତ ସୃଷ୍ଟି ହୋଇଛି। ଖ୍ରୀଷ୍ଟୀୟ ଗ୍ରାମ ପଞ୍ଚାୟତ କୋରାପୁଟ ପକ୍ଷରୁ ଆଜି ପ୍ରାର୍ଥନା କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି। ଚର୍ଚ୍ଚ ଭାଙ୍ଗିବା ଫଳର ସଂପ୍ରଦାୟର ଲୋକମାନେ ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe