ପୁରୁଣା ନକ୍ସା ହିସାବରେ ଉଚ୍ଛେଦ ଦାବି

Advertisment
ପୁରୁଣା ନକ୍ସା ହିସାବରେ ଉଚ୍ଛେଦ ଦାବି

ବରଗଡ଼: ଜୀରା ବ୍ରିଜ୍‌ରୁ ଲେଂଗୁ ମିଶ୍ର ଛକ ଯାଏଁ ରାସ୍ତାରୁ ଜବରଦଖଲ ଉଚ୍ଛେଦ ନେଇ ଦାବି କ୍ରମଶଃ ‌େତଜିବାକୁ ଲାଗିଛି। ବରଗଡ଼ ଓକିଲ ସଂଘର ଏକ ପ୍ରତିନିଧି ଦଳ ଏ‌ହି ପ୍ରସଂଗ ନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛି। ପୁରୁଣା ନକ୍ସା ହିସାବରେ ସୀମା ଚିହ୍ନଟ ଏବଂ ଜବରଦଖଲ ହଟାଇବାକୁ ସଂଘ ଦାବି କରିଛି। ଏହି ଗୁରୁତ୍ବପୂର୍ଣ୍ଣ ରାସ୍ତା ଜବରଦଖଲରେ ଥିବାରୁ କିଭଳି ଟ୍ରାଫିକ୍ ସମସ୍ୟା ଉପୁଜିଛି, ତାହା ବି ସଂଘ ଜିଲ୍ଲାପାଳଙ୍କ ସମ୍ମୁଖରେ ଉପସ୍ଥାପନ କରିଛି।

ଜୀରା ନଦୀର ନୂଆ ପୋଲ ଉଦ୍‌ଘାଟନ ହେବା ପୂର୍ବରୁ ଜବରଦଖଲ ହଟାଇ ରାସ୍ତାକୁ ପ୍ରଶସ୍ତିକରଣ କରିବାକୁ ସଂଘ ଦୃଢ଼ ଦାବି କରିଛି। ରାଜସ୍ବ ବିଭାଗ ଓ ପୌର ବିଭାଗ ବ୍ୟବହାର କରୁଥିବା ନକ୍ସା ତୃଟିପୂର୍ଣ୍ଣ ଓ ବିବାଦପୂର୍ଣ୍ଣ ଥିବାରୁ ଜାତୀୟ ରାଜପଥ ବିଭାଗର ନକ୍ସା ଓ ହମିଦ ସେଟେଲ୍‌ମେଣ୍ଟ ସମୟର ନକ୍ସା ଆଧାରରେ ବେଆଇନ ଜବରଦଖଲ ହଟାଯାଉ ବୋଲି ଓକିଲ ସଂଘ ଦାବି କରିଛି। ସଂଘର ସଭାପତି ଭୀଷ୍ମଦେବ ସରାଫଙ୍କ ନେତୃତ୍ବରେ ସମ୍ପାଦକ ଉତ୍ତର ସାହୁ, ଉପସଭାପତି ସୁଶୀଳ ଶତପଥୀ, ସହସମ୍ପାଦକ ଶୁକଦେବ ସାହୁ, କାର୍ଯ୍ୟକାରୀ କମିଟିର ସଦସ୍ୟ ନିଧୁବନ ବିହାରୀ ପ୍ରସାଦ ପଣ୍ତା, ଅଶୋକ ପଣ୍ତା, ଅନନ୍ତ ଶୟନ ପାଢ଼ୀ, ବେଲାଳସେନ ସରାଫ, ଆଶିଷ ବେହେରା, ପୂର୍ଣ୍ଣଚନ୍ଦ୍ର ଦାଶ ତଥା ରମେଶ ପତି ପ୍ରମୁଖ ଆଲୋଚନା ବେଳେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe