ବାଲିଅନ୍ତା: ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଫାଙ୍କା ଗୁଳି ଚାଳନା

Advertisment
ବାଲିଅନ୍ତା: ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଫାଙ୍କା ଗୁଳି ଚାଳନା

ବାଲିଅନ୍ତା: ଭୁବନେଶ୍ୱର କମିସନରେଟ୍‌ ପୁଲିସ ଅନ୍ତର୍ଗତ ଲିଙ୍ଗିପୁର ପେଟ୍ରୋଲ ପମ୍ପ ନିକଟରେ ଦୁଇ ଗ୍ରାମର ଯୁବଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ପେଟ୍ରୋଲ ପମ୍ପ ପାଖରେ ଦୁଇଗୋଷ୍ଠୀ ମୁହାଁମୁହିଁ ହେବା ପରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ତେବେ ଏଥିରେ କେହି ଆହତ ହୋଇ ନ ଥିବା ବେଳେ ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଧଉଳି ଫାଣ୍ଡ ଅନ୍ତର୍ଗତ ନୂଆଗାଁ ଓ ଶିଶୁପାଳଗଡ଼ର ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିିଥିଲା। ପ୍ରଥମେ ଶିଶୁପାଳ ଗଡ଼ ନିକଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ଥିଲେ ମଧ୍ୟ ସେଠାରେ କିଛି ଗଣ୍ଡଗୋଳ ଘଟି ନ ଥିଲା। ପରେ ଲିଙ୍ଗିପୁର ପେଟ୍ରୋଲ ପମ୍ପ ନିକଟରେ ପୁଣି ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ଗଣ୍ଡଗୋଳ ବଢ଼ିଥିଲା ଓ ଗୋଟିଏ ଗୋଷ୍ଠୀ ଫାଙ୍କା ଗୁଳି ଚାଳନା କରି ଅପର ଗୋଷ୍ଠୀକୁ ଭୟଭୀତ କରାଇଥିଲେ।ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକଶା ପାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe