ପୁରୀ: ମାଛଧରା ‘ଯାଣ’କୁ ନେଇ ୨ ଗାଁ ମଧ୍ୟରେ ବୋମା ଓ ଗୁଳିମାଡ଼, ୮ ଆହତ

Advertisment
ପୁରୀ: ମାଛଧରା ‘ଯାଣ’କୁ ନେଇ ୨ ଗାଁ ମଧ୍ୟରେ ବୋମା ଓ ଗୁଳିମାଡ଼, ୮ ଆହତ

representative picture

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ସିପକୁଦା ଓ ବାଘମୁଣ୍ଡା ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଉଭୟ ଗାଁ ପରସ୍ପର ଉପରକୁ ଗୁଳି ଓ ବୋମାମାଡ଼ କରିଛନ୍ତିି। କିଆନାସୀ ମାଛଧରା ଅଞ୍ଚଳ ‘ଯାଣ’କୁ ନେଇ ଏହି ଗଣ୍ଡଗୋଳ ଘଟିଛି। ବୋମା ଓ ଗୁଳିମାଡ଼ରେ ୮ ଜଣ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଉଭୟ ପକ୍ଷରୁ ବୋମାମାଡ଼ ଓ ଗୁଳି ମାଡ଼ ଜାରି ରହିଥିବାରୁ ଗାଁ ଭିତରକୁ ପୁଲିସ ପଶି ପାରୁ ନାହିଁ।
ମିଳିଥିବା ସୂଚନା ଅନୁଯାୟୀ, କିଆନାସୀ ‘ଯାଣ’କୁ କେନ୍ଦ୍ର କରି ଉଭୟ ଗାଁ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି ‘ଯାଣ’ ଉପରେ ସିପକୁଦ ଗାଁ ଲୋକେ ନିଜର ଅଧିକାର ଥିବା କହୁଥିବା ବେଳେ ବାଘମୁଣ୍ଡା ଗାଁ ଲୋକେ ଏହି ଅଞ୍ଚଳ ସେମାନଙ୍କର ବୋଲି ଦାବି କରି ଆସୁଥିଲେ। ଏହି ସରକାରୀ ମାଛଧରା ଅଞ୍ଚଳକୁ ନେଇ ଉଭୟ ଗାଁ ମଧ୍ୟରେ ଲାଗି ରହିଥିବା ବିବାଦ ଆଜି ଉଗ୍ର ରୂପ ନେଇଥିଲା। ଉଭୟ ଗାଁ ପକ୍ଷରୁ ପରସ୍ପର ଉପରକୁ ବୋମାମାଡ଼ କରାଯିବା ସହିତ ପ୍ରାୟ ୩୦ ରାଉଣ୍ଡ ଗୁଳି ଚାଳନା କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe