ବନ୍ଧର ହିଡ ଭଙ୍ଗାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ

ବନ୍ଧର ହିଡ ଭଙ୍ଗାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମପିଭି-୨ ଠାରେ ସରକାରୀ ଜମିକୁ ନେଇ ଆଦିବାସୀ ସଂପ୍ରଦାୟ ଏବଂ ବଙ୍ଗାଳୀ ସଂପ୍ରଦାୟର ଲୋକମାନଙଅକ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ସକାଳେ କୁନାରଗୁଡା ଏବଂ ଏମ୍ପିଭି ୨ ମଧ୍ୟରେ ଥିବା ଏକ ବନ୍ଧର ହିଡକୁ ଶତାଧିକ ଆଦିବାସୀ କାଟି ଦେଇଥିଲେ। ଚାରିରୁ ପାଞ୍ଚ ଦିନ ପୂର୍ବରୁ ଏମ୍ପିଭି-୨ ଗ୍ରାମବାସୀ ଏହି ବନ୍ଧ ହିଡକୁ ବାନ୍ଧିଥିଲେ। ଏହି ସରକାରୀ ଜାଗାଟି ଆଦିବାସୀ ସମ୍ପ୍ରଦାୟ ସେମାନଙ୍କର ବୋଲି ଦାବି କରି ଆସୁଥିବା ବେଳେ, ବଙ୍ଗାଳି ସମ୍ପ୍ରଦାୟର ଲୋକ ଏହାକୁ ଛାଡିବାକୁ ନାରାଜ ଥିଲେ, ଯାହାକୁ ନେଇ ଆଜି ସକାଳେ ଦୁଇଗୋଷ୍ଠୀ ମଧ୍ୟରେ ମୁଂହମୁହଁ ପରିସ୍ଥିତି ହୋଇଥିଲା।

publive-image

ଏହି ଖବର ପାଇବା ପରେ ମାଲକାନଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ। ବର୍ତ୍ତମାନ ପରିସ୍ଥିତି ପୁଲିସ ପହଂଚିବା ପରେ ନିୟନ୍ତ୍ରିତ ରହିଛି।ଜିଲ୍ଲାରେ ୬ ମାସ ମଧ୍ୟରେ ୪ଟି ସ୍ଥାନରେ ସରକାରୀ ଜମିକୁ ନେଇ ବଙ୍ଗାଳି ଓ ଆଦିବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ଉପୁଜି ସାରିଲାଣି। ପରିସ୍ଥିତି ସେତେ ଭୟଙ୍କର ହୋଇନଥିଲେ ମଧ୍ୟ ଏହା ଧିରେ ଧିରେ ଜିଲ୍ଲାର ସମସ୍ତ ଅଂଚଳରେ ବ୍ୟାପୁଛି। ସରକାରୀ ଜମିକୁ ନେଇ ଦୁଇ ପକ୍ଷ ମଧ୍ୟରେ ମୁହାଁମୁହିଁ ଭଳି ଘଟଣା ଘଟୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe