ଶେଷ ୨ ଆକ୍ରାନ୍ତ ଡିସଚାର୍ଜ ହେବା ପରେ ବନ୍ଦ ହେଲା ସମ୍ବଲପୁର କୋଭିଡ ଡାକ୍ତରଖାନା

ଶେଷ ୨ ଆକ୍ରାନ୍ତ ଡିସଚାର୍ଜ ହେବା ପରେ ବନ୍ଦ ହେଲା ସମ୍ବଲପୁର କୋଭିଡ ଡାକ୍ତରଖାନା

ସମ୍ବଲପୁର : ସମ୍ବଲପୁରରେ ଦିନକୁ ଦିନକୁ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର କୋଭିଡ ଡାକ୍ତରଖାନାରେ ୨୦ ଶଯ୍ୟା ବିଶିଷ୍ଟ କୋଭିଡ ଆଇସିୟୁକୁ ଛାଡ଼ି ଦେଲେ ବାକି ବ୍ୟବସ୍ଥା ବନ୍ଦ କରାଯାଇଛି। ଶେଷ ୨ ଜଣ ଆକ୍ରାନ୍ତ ଡିସଚାର୍ଜ ହେବା ପରେ କୋଭିଡ ଡାକ୍ତରଖାନାକୁ ବନ୍ଦ କରି ଦିଅଯାଇଛି। ଏଥିସହିତ ଆସନ୍ତା ୨୦ ତାରିଖରୁ ଏହି ସ୍ଥାନରେ ପୂର୍ବବତ ସଦର ଡାକ୍ତରଖାନା କାର୍ଯ୍ୟକ୍ଷମ ହେବା ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଏମଚିଏଚ, ସର୍ଜରି ଏବଂ ଅର୍ଥୋପେଡିକ୍ସ ୱାର୍ଡ ରୋଗୀ ସେବା ପ୍ରସ୍ତୁତ ହୋଇଯାଇଛି। କିଛିଦିନ ମଧ୍ୟରେ ମେଡିସିନ ୱାର୍ଡ ମଧ୍ୟ ପ୍ରସ୍ତୁତ‌ ହୋଇଯିବ।

5T Secretary, Development Commissioner review Sambalpur COVID Hospital work – prameyanews.com

ଗତ ଏପ୍ରିଲ ୨୨ ତାରିଖରେ ସଦର ଡାକ୍ତରଖାନା ବନ୍ଦ ହୋଇ ସେହି ସ୍ଥାନରେ କୋଭିଡ ଡାକ୍ତରଖାନା ଉଦଘାଟିତ ହୋଇଥିଲା। ଏହା ବଦଳରେ ଅଣକୋଭିଡ ରୋଗୀଙ୍କ ପାଇଁ ଜନାର୍ଦନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ର ଏବଂ ଅଇଁଠାପାଲିସ୍ଥିତ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। ଦୀର୍ଘ ୭ମାସ ପରେ ନିଜସ୍ବ ସ୍ବରୂପରେ ସଦର ଡାକ୍ତରଖାନା ଖୋଲିବାକୁ ଯାଉଛି। ଏଠାରେ କୋଭିଡ ଡାକ୍ତରଖାନାରେ ନିଯୁକ୍ତ‌ କୌଣସି କର୍ମଚାରୀ ରହିବେ ନାହିଁ। ପୁରୁଣା କର୍ମଚାରୀଙ୍କୁ ନେଇ କର୍ଯ୍ୟ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe