ସମ୍ବଲପୁର ବିଶ୍ୱବିଦ୍ୟାଳୟ ୭ଦିନ ପାଇଁ ବନ୍ଦ

Advertisment
ସମ୍ବଲପୁର ବିଶ୍ୱବିଦ୍ୟାଳୟ ୭ଦିନ ପାଇଁ ବନ୍ଦ

ବୁର୍ଲା: ସମ୍ବଲପୁର ଏବଂ ବୁର୍ଲା ଆଖପାଖ ଅଞ୍ଚଳରେ କୋଭିଡ-୧୯ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ମାମଲାକୁ ଦୃଷ୍ଟିରେ ରଖି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଜ୍ୟୋତି ବିହାର କର୍ତ୍ତୃପକ୍ଷ ଆସନ୍ତାକାଲି ଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ନିଷ୍ପତ୍ତିକୁ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶ ଯେ, ପ୍ରତିଷେଧକ ବ୍ୟବସ୍ଥା ଭାବରେ ଜୁଲାଇ ୭ରୁ ଜୁଲାଇ ୧୩ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟ ଏବଂ ପିଜି ବିଭାଗକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏଥିସହିତ ଏହାର ସମସ୍ତ କର୍ମଚାରୀଙ୍କୁ ଜରୁରୀ ନୋଟିସ୍‌ କିମ୍ବା କଲ୍‌ କରିବା ପାଇଁ ସର୍ବଦା ମୋବାଇଲ୍‌ ଫୋନ୍‌ ସର୍ବଦା ଅନ ରଖିବାକୁ କୁହାଯାଇଛି। ଯେଉଁ କର୍ମଚାରୀମାନେ ଅଫିସକୁ ଆସୁ ନାହାଁନ୍ତି ସେମାନେ ଘରୁ କାମ କରିବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଯେ କୌଣସି ନିଷ୍ପତ୍ତି ନିଆଯିବ ତାହା ୱେବସାଇଟରେ ସ୍ପଷ୍ଟ ଭାବେ ପୋଷ୍ଟ କରାଯିବ। ଏଯାବତ ସମ୍ବଲପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୮ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe