ମିଳିତ ‌ସହଯୋଗରେ ହୋଇପାରିବ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା

Advertisment

ଭଞ୍ଜନଗରରେ ବନ୍ୟପ୍ରାଣୀ ସପ୍ତାହ ଉଦଯାପିତ

ଭଞ୍ଜନଗରରେ ବନ୍ୟପ୍ରାଣୀ ସପ୍ତାହ ଉଦଯାପିତ

ମିଳିତ ‌ସହଯୋଗରେ ହୋଇପାରିବ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା

Sambad

ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ବନାଞ୍ଚଳର କେନ୍ଦ୍ରୀୟ ନର୍ସରୀଠାରେ ଚାଲିଥିବା ୬୮ତମ ବନ୍ୟ ପ୍ରାଣୀ ସପ୍ତାହ ଉଦଯାପିତ ହୋଇଛି। ଏଥିରେ ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ଅଧକ୍ଷତା କରିଥିଲେ। ମୁଖ୍ୟ ଅତିଥିଭାବେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ରାଉତ, ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ ଜେନା, ପ୍ରାକ୍ତନ ଏବିଇଓ ଜଗବନ୍ଧୁ ଜେନା, ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶୂଳପାଣି ଶତପଥୀ, ଅଶୋକ ସାହୁ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ‌ବେହେରା ମଞ୍ଚାସୀନ ଥିଲେ। ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ଜଗନ୍ନାଥପ୍ରସାଦ, ଗାଲେରୀ, ତାରସିଂହ ଓ ମୁଜାଗଡ ବନାଞ୍ଚଳରେ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ଜୈବବିବିଧତା, ବନ୍ୟପ୍ରାଣୀ ସୁରକ୍ଷା, ପରିବେଶ ସନ୍ତୁଳନ ଆଦି ସର୍ମ୍ପକରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ପରିବେଶରେ ବନ୍ୟପ୍ରାଣୀ ସାରଣୀ, ପଶୁପକ୍ଷୀ, ସରୀସୃପଙ୍କ ଆବଶ୍ୟକତା ସହ ଜଙ୍ଗଲର ସନ୍ତୁଳନ ରକ୍ଷା କରିବାରେ ହାତୀ, ବାଘ, ଭାଲୁ, ହରିଣ, ସମ୍ବର, ବାରହା ଆଦି ବନ୍ୟପ୍ରାଣୀଙ୍କ ଉପକାରିତା ସର୍ମ୍ପକରେ ବକ୍ତବ୍ୟ ରଖିଥିଲେ।

publive-image Sambad

ଜଙ୍ଗଲ ସୁରକ୍ଷା ପ‌ାଇଁ ବିଭାଗ ସମେତ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଓ ବନ ସୁରକ୍ଷା ସମିତିଗୁଡିକର ଗୁରୁତ୍ବ ରହିଛି। ମିଳିତ ଭାବେ କାର୍ଯ୍ୟ କଲେ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଅବଶ୍ୟ ହୋଇପାରିବ ବୋଲି ଡିଏଫଓ ଶ୍ରୀ ବେହେରା ପ୍ରକାଶ କରିଥିଲେ। ଏହାକୁ ଶାନ୍ତନୁ କୁମାର ସାହୁ ସଂଯୋଜନା କରିଥିବା ବେଳେ ରେଞ୍ଜର କୁମର ବେହେରା ଧନ୍ୟବାଦ  ଦେଇଥିଲେ। ଦାଶକାଠି ନୃତ୍ୟ ମାଧ୍ୟମରେ ବନ୍ୟପ୍ରାଣୀ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ସର୍ମ୍ପକରେ ବନ ସୁରକ୍ଷା ସମିତିଗୁଡ଼ିକ ଦ୍ୱାରା ମତାମତ ନିଆଯାଇଥିଲା। କିଛି ସମିତି ସଦସ୍ୟ ସେମାନଙ୍କ ଅନୁଭୂତି ଉପରେ କହିଥିଲେ। ସମସ୍ତ ବନପାଳ, ବନରକ୍ଷୀ ଓ ବନ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe