ଛତ୍ରପୁର ଓ ହିଞ୍ଜିଳିରେ ଇନ୍‌ଡୋର ଷ୍ଟାଡିୟମ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Advertisment
ଛତ୍ରପୁର ଓ ହିଞ୍ଜିଳିରେ ଇନ୍‌ଡୋର ଷ୍ଟାଡିୟମ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର/ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଛତ୍ରପୁର ଷ୍ଟାଡିୟମ ପରିସରରେ ଏକ ଇନଡୋର ଷ୍ଟାଡିୟମ ଉଦ୍‌ଘାଟନ କରିଛନ୍ତି। ସେହିଭଳି ହିଞ୍ଜିଳିରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅନ୍ୟ ଏକ ଇନଡୋର ଷ୍ଟାଡିୟମ୍‌ର ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ୨ଟି ଷ୍ଟାଡିୟମର ଉଦଘାଟନ କରିଛନ୍ତି।

ହିଞ୍ଜିଳି ଇନଡୋର ଷ୍ଟାଡିୟମରେ ସୁବିଧା

-ବ୍ୟାଡମିଣ୍ଟନ କୋର୍ଟ ୪ଟି
-ଚେସ୍‌
-ଟେବୁଲ ଟେନିସ୍‌
-ବାସ୍କେଟବଲ୍‌
-ଭଲିବଲ୍‌

publive-image

ଛତ୍ରପୁର ଇନଡୋର ଷ୍ଟାଡିୟମରେ ସୁବିଧା

-ବେଡମିଣ୍ଟନ୍‌ କୋର୍ଟ ୩ଟି
-ଟେବୁଲ ଟେନିସ୍‌
-ଚେସ୍‌

publive-image

ଛତ୍ରପୁରରେ ନିର୍ମିତ ଇଣ୍ଡୋର ଷ୍ଟାଡିୟମରେ ୨ କୋଟି ୬୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ  ହିଞ୍ଜିଳିରେ ନିର୍ମିତ ଇଣ୍ଡୋର ଷ୍ଟାଡିୟମ୍‌ରେ ୧୦ କୋଟି ୯୮ ଲକ୍ଷ ୭୫ ହଜାର ୨୨୭ ଟଙ୍କା ବିନିଯୋଗ ହୋଇଛି। ଷ୍ଟାଡିୟମର ଉଦଘାଟନୀ ଅବସରରେ ଛତ୍ରପୁରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ବିଡିଓ ଅମ୍ବିକା ଦାସ, ତହସିଲଦାର ନୀଳମାଧବ ଭୋଇ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ ଗଣେଶ ବାବୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଉପସ୍ଥିତ ଥିଲେ। ସେହିପରି ହିଞ୍ଜିଳି ଠାରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe