ବରଗଡ଼ ଜିଲ୍ଲାରେ ୨ ନୂତନ ରାଜସ୍ୱ ନିରୀକ୍ଷକ ସର୍କଲକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ

Advertisment
ବିଜେପୁର ଛାଡ଼ିଲେ ନବୀନ : ବାଚସ୍ପତିଙ୍କୁ ଦେଲେ ଇସ୍ତଫା ପତ୍ର, ପୁଣି ଥରେ ଉପନିର୍ବାଚନ ହେବ

Freepressjournal

ଭୁବନେଶ୍ୱର/ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲାରେ ପ୍ରତିଷ୍ଠା କରିବା ପାଇଁ ୨ଟି ନୂତନ ରାଜସ୍ୱ ନିରୀକ୍ଷକ ସର୍କଲକୁ ଅନୁମୋଦନ କରିଛନ୍ତି। ସାଧାରଣ ନିର୍ବାଚନ ପ୍ରତିଶ୍ରୁତିକୁ ପାଳନ କରି ନବୀନ ଏହି ୨ଟି ରାଜସ୍ୱ ନିରୀକ୍ଷକ ସର୍କଲକୁ ଅନୁମୋଦନ କରିଥିବା ଜଣାପଡ଼ିଛି। ଅନୁମୋଦିତ ରାଜସ୍ୱ ନିରୀକ୍ଷକ ସର୍କଲ ଦୁର୍ଗମ ଅଂଚଳରେ ଥିବା ଝାରବନ୍ଧ ତହସିଲ ଅନ୍ତର୍ଗତ ଡଭା ଓ ଲଉଡିଧରରେ ପ୍ରତିଷ୍ଠା ହେବ।

ସୂଚନାଯୋଗ୍ୟ ଝରବନ୍ଧ ତହିସିଲ ବରଗଡ଼ ଜିଲ୍ଲାର ସୀମାନ୍ତ ଅଂଚଳରେ ଅବସ୍ଥିତ। ନିର୍ବାଚନ ସମୟରେ ନୂତନ ତହସିଲ ସ୍ଥାପନ ପାଇଁ ଲୋକେ ଦାବି କରିଥିଲେ। ଏଠାରୁ ପୁଣି ଡଭା ଓ ଲଉଡିଧର ଆହୁରି ଅନେକ ଦୂର ପଡୁଛି। ଫଳରେ ଜମିଜମା କାମ ପାଇଁ ସାଧାରଣ ଲୋକଙ୍କୁ ବହୁ ରାସ୍ତା ଅତିକ୍ରମ କରିବାକୁ ପଡୁଥିଲା। ଉଭୟ ଆର.ଆଇ ସର୍କଲ ଠାରୁ ଅଳ୍ପ ଦୂରରେ ରହିଛି ଛତିଶଗଡ଼। ନୂତନ ଆର.ଆଇ ସର୍କଲରୁ ସ୍ଥାନୀୟ ଜନତା ବହୁ ଉପକୃତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe