କେନ୍ଦ୍ରାପଡ଼ାର ଉନ୍ନତି ପାଇଁ ବୈଜୟନ୍ତଙ୍କର ଚିନ୍ତା ନଥିଲା: ନବୀନ

Advertisment
କେନ୍ଦ୍ରାପଡ଼ାର ଉନ୍ନତି ପାଇଁ ବୈଜୟନ୍ତଙ୍କର ଚିନ୍ତା ନଥିଲା: ନବୀନ

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାର ଉନ୍ନତି କରିବା ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ସାଂସଦ କରିଥିଲି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର କହିଛନ୍ତି। ରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଧ୍ରୁବ ଚରଣ ସାହୁଙ୍କ ପାଇଁ ପ୍ରଚାର ଅବସରରେ ନବୀନ ଏହା କହିଛନ୍ତି। ବିଜେଡି ସୁପ୍ରିମୋ କହିଛନ୍ତି, ପ୍ରକୃତରେ କେନ୍ଦ୍ରାପଡ଼ାର ଉନ୍ନତି ପାଇଁ ବୈଜୟନ୍ତଙ୍କର ଚିନ୍ତା ନଥିଲା। ସବୁବେଳେ ସେ ନିଜର ଶିଳ୍ପକୁ ପ୍ରସାର କରିବାରେ ଲାଗି ପଡ଼ିଥିଲେ। କେନ୍ଦ୍ରାପଡ଼ା ଯୁବକଙ୍କୁ ନିଯୁକ୍ତି ତାଙ୍କର ପ୍ରାଥମିକତା ନଥିଲା। ଜଣେ କେନ୍ଦ୍ରମନ୍ତ୍ରୀ ବୈଜୟନ୍ତଙ୍କ ବିଷୟରେ ମୋତେ କହିଥିଲେ। ବୈଜୟନ୍ତ ପଣ୍ଡା ନିଜ ଶିଳ୍ପର ବିକାଶ ପାଇଁ ରେଳ ଯୋଗାଯୋଗ କଥା କହୁଥିଲେ ବୋଲି ନବୀନ କହିଛନ୍ତି।

publive-image

ମାରାଥନ ପ୍ରଚାରରେ ନବୀନ କହିଛନ୍ତି, ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରିବି। କାଳିଆ ଯୋଜନା ନେଇ ନବୀନ କହିଛନ୍ତି, ଏଯାଏଁ ରାଜ୍ୟର ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏଁ କେହି ଏହାକୁ ବନ୍ଦ କରିପାରିବେ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe